Sunday , October 1 2023
Home / ବିଶେଷ / ଅବିଳମ୍ବେ ମହମ୍ମଦପୁର ଅଂଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ ଓ ସମସ୍ତଙ୍କ ନମୂନା ପରୀକ୍ଷା କରାଯାଉ

ଅବିଳମ୍ବେ ମହମ୍ମଦପୁର ଅଂଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ ଓ ସମସ୍ତଙ୍କ ନମୂନା ପରୀକ୍ଷା କରାଯାଉ

କଟକ, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲା କିଶନନଗର ଥାନା, ନିଶ୍ଚିନ୍ତକୋଇଲି / ରଘୁନାଥପୁର ବ୍ଲକ୍ ଅଧିନସ୍ଥ ମହମ୍ମଦପୁର ପଂଚାୟତର ମହମ୍ମଦପୁରସ୍ଥିତ ମୁସଲିମ ବସ୍ତିର ଦୁଇ ଜଣ ମହିଳା କରୋନା ରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ତେବେ ଯଦି ଏହା ସତ୍ୟ ହୋଇଥାଏ , ତେବେ ଉକ୍ତ ବସ୍ତିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ସହିତ ବସ୍ତିର ଘର କୁ ଘର କରୋନା ପରୀକ୍ଷା କରାଯିବାର ଆବଶ୍ୟକତା ଦେଖାଦେଇଛି । ହେଲେ ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସ୍ଥାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି । ପଂଚାୟତର ସରପଂଚ ମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇଛି ହେଲେ ଏହି ଘଟଣାରେ ସ୍ଥାନୀୟ ମହମ୍ମଦପୁର ସରପଂଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ବସ୍ତି ଓ ଅଂଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ପାଇଁ ଅଗ୍ନୀଶମ ବାହିନୀକୁ ନିର୍ଦ୍ଧେଶ ଦେଇନାହାନ୍ତି ଏବଂ ବସ୍ତିର ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରିନଥିବା ସ୍ଥାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି । ନିଶ୍ଚିନ୍ତକୋଇଲି ଓ ରଘୁନାଥପୁର ବିଡ଼ିଓ, କିଶନନଗର ଓ ନିଶ୍ଚିନ୍ତକୋଇଲି ତହସିଲଦାର , କିଶନନଗର ଥାନା ଆଇଆଇସି, ସାଲେପୁର ଅତିରିକ୍ତ ପୁଲିସ ଅଧିକ୍ଷକ, ରଘୁନାଥପୁର , ନିଶ୍ଚିନ୍ତକୋଇଲି , ସାଲେପୁର ଓ କୋରୁଆ ଅଗ୍ନୀଶମ ଅଧିକାରୀ , କଟକ ଓ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ କଟକ ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ଉପରୋକ୍ତ ଅଂଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ଓ ଘରକୁ ଘର ଯାଇ ସମସ୍ତଙ୍କର ନମୂନା ପରୀକ୍ଷା କରାଇବାର ବ୍ୟବସ୍ଥା କରିବା ପାଇଁ ଅଂଚଳର ଜନସାଧାରଣ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *