କେନ୍ଦ୍ରାପଡ଼ା,୨୧/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫ଲିଟର ୪୪୦ମିଲି ଲିଟର ଚୋରା ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶ କ୍ରମେ ଅବକାରୀ ସବଇନସପେକ୍ଟର ସରୋଜ କୁମାର ବାଗଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ କଂସାର ବଡଦାଣ୍ଡୁଆ ଗ୍ରାମର ୩ଜଣ ଚୋରା ମଦ ବେପାରୀ ଅକ୍ଷୟ ମଣ୍ଡଳ, ମାମୁନି ବେରା ଓ ହିମାଂଶୁ ମାନ୍ନାଙ୍କ ଉପରେ ଚଢାଉ କରାଯାଇ ଯଥାକ୍ରମେ ୩୧ଲିଟର ୨ଶହ ମିଲି ଲିଟର ବିଅର, ୭ଲିଟର ୮ଶହ ମିଲି ଲିଟର ବିଅର, ୧ଲିଟର ୪୪୦ମିଲି ଲିଟର ବିଦେଶିମଦ ଓ ୫ଲିଟର ଦେଶିମଦ ଜବତ କରାଯିବା ସହ ଫୌଜଦାରୀ ଆଇନର ୪୧ଧାରାରେ ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ନୋଟିସ ଦିଆଯାଇ ଛାଡିଦିଆଯାଇଥିବା ଅବକାରୀ ସବଇନସପେକ୍ଟର ଶ୍ରୀ ବାଗଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର