Saturday , June 3 2023
Breaking News
Home / ବିଶେଷ / ସାଲେପୁର ରେ ନୂତନ ଏସଡିପିଓ ଙ୍କୁ ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ସାଲେପୁର ରେ ନୂତନ ଏସଡିପିଓ ଙ୍କୁ ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ସାଲେପୁର:୨୦/୦୫/୨୦୨୧(ଓଡିଶାସମାଚାର /ଅଭୟ ଜେନା )-ସାଲେପୁର ରେ ନୂତନ ଏସଡିପିଓ ଭାବେ ପ୍ରଶାନ୍ତ କୁମାର ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବାପରେ ଏସଡିପିଓ ଶ୍ରୀମାଝୀଙ୍କୁ ଆଜି ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଅଭୟ ଜେନା,ଉପଦେଷ୍ଟା ରତ୍ନାକର ବାରିକ, ସମ୍ପାଦକ ମହେଶ୍ୱର ବେହେରା,ଉପସଭାପତି ନାରାୟଣ ଭୂୟାଁ, ସହସମ୍ପାଦକ ତୁଷାର ଜୋତି ନାଏକ, କାର୍ଯ୍ୟାଳୟ ସମ୍ପାଦକ ସଂଯୁକ୍ତା ସାହୁ,ସଭ୍ୟ ରଞ୍ଜନକୁମାର ବାରିକ,ଅକ୍ଷୟ କୁମାର ଗୋଛାୟତ,ଦିବାକର ରାଉତ, ଅଭିମନ୍ୟୁ ନାଏକ, ସ୍ୱଦେଶ ଜେନା,ଦୀପକ ଷଢଙ୍ଗି, ଶିଶୁପଦ ନନ୍ଦ, ଅକ୍ଷୟ କୁମାର ଦାସ, ପ୍ରିତବାସ ରାଉତ, ବାବୁଲି ବାରିକ ସମେତ ସାମ୍ବାଦିକ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ସୂଚନା ଯୋଗ୍ୟଯେ ଶ୍ରୀ ମାଝୀ ୨୦୧୪ରୁ ୨୦୧୮ମସିହା ପର୍ୟ୍ୟନ୍ତ ସାଲେପୁର ଆଦର୍ଶ ଥାନାରେ ଆଇଆଇସି ଭାବେ କାର୍ୟ୍ୟକରିଥିଲେ । ପରେ ଜଗତସିଂପୁର ଜିଲ୍ଲା, ତିର୍ତୋଲ ଓ ଏରସମା ଥାନା ଅଧିକାରୀ ଭାବେ ତାଙ୍କର ବଦଳି ହୋଇଥିଲା । ଶ୍ରୀ ମାଝୀଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କର ଉଲେଖନୀୟ କାର୍ୟ୍ୟପାଇଁ ବହୁବାର ପୁରୁସ୍କୃତ କରାଯାଇଛି। ଶ୍ରୀ ମାଝୀ ପଦୋନ୍ନତି ପାଇ ବୁଧବାର ସାଲେପୁର ଏସଡିପିଓ ଭାବେ ଯୋଗଦେବାପରେ ଶ୍ରୀ ମାଝୀ ବିଭିନ୍ନ ଥାନାଅଞ୍ଚଳ ରେ କୋଭିଡି କଟକଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଗୁରୁତ୍ୱ ଦେବେବୋଲି ପ୍ରକାଶକରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.