Thursday , July 7 2022
Breaking News
Home / ବିଶେଷ / ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ କନ୍ଧମାଳ ଶାଖା ତରଫରୁ ଦାବି ପତ୍ର ପ୍ରଦାନ

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ କନ୍ଧମାଳ ଶାଖା ତରଫରୁ ଦାବି ପତ୍ର ପ୍ରଦାନ

ବାଲିଗୁଡା, ୨୦/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବୈଷିକ ମହାମାରୀ କରୋନା ହେଉ କି ଯେକୌଣସି ପ୍ରାକୃତିକ ବିପର୍ୟ୍ୟାୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି  । ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର ମଧ୍ୟବିତ୍ତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ ନକରିବା, ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ୱାରା ଏହି ବର୍ଗର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି ଏହା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ଏକ ଭୟଙ୍କର ସରକାରୀ ଷଡଯନ୍ତ୍ର  ।

ମଧ୍ୟବିତ୍ତ ବର୍ଗଙ୍କ ଜୀବନ ଜୀବିକାଙ୍କୁ ସୁରକ୍ଷିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ମହାସଂଘ ପକ୍ଷରୁ ଦାବି ହୋଇଛି କ୍ଷ ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନିର୍ଦେଶ କ୍ରମେ ମହାସଂଘର କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ସିଂ ପାତ୍ର, ଜିଲ୍ଲା ସଭାପତି ମକରଧ୍ୱଜ ନାୟକ ଓ କ୍ଷେତ୍ରୀୟ ପ୍ରଭାରୀ ପ୍ରତାପ ମଳିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ   ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  । ଓଡିଶା ସମାଚାର

About admin

Check Also

କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ  ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା …

Leave a Reply

Your email address will not be published. Required fields are marked *