ଭୁବନେଶ୍ୱର,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ବ୍ଲାକ ଫଙ୍ଗସ୍ କୁ ରାଜ୍ୟ ସରକାର ମହାମାରୀ ଘୋଷଣା କଲେ। ମହାମାରୀ କରୋନା ସମୟରେ ଆଉ ଏକ ଚିନ୍ତାର କାରଣ ସାଜିଥିବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି। ଓଡ଼ିଶା ସମାଚାର