Saturday , March 25 2023
Breaking News
Home / ବିଶେଷ / ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଚିକିତ୍ସା ପାଇଁ   ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ

ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଚିକିତ୍ସା ପାଇଁ   ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ

 ଭୁବନେଶ୍ୱର,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଲଢ଼େଇରେ ସହାୟତାର ହାତ ବଢ଼ାଯାଇଛି । ବେଦାନ୍ତ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୦୦ ଅକ୍ସିଜେନ୍ ସିଲିଣ୍ଡର କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯିବ । ଏହା ଅନ୍ତର୍ଗତ ବେଦାନ୍ତ ପକ୍ଷରୁ ୨୦୨୧ ମଇ ୨୦ ତାରିଖ ଭୁବନେଶ୍ୱର ଠାରେ ରାଜ୍ୟ ସରକାରଙ୍କୁ ମେଡ଼ିକାଲ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଏହି ଅବସରରେ ଇପିକଲର ପରିଚାଳନା ନିର୍ଦ୍ଧେଶକ ନୀତିନ ଜୱାଲେ ଏବଂ ଓଡ଼ିଶା ରାଜ୍ୟ ମେଡ଼ିକାଲ ନିଗମ ଲିଃ.(ଓଏସ୍ଏମ୍ସିଏଲ୍)ର ସୁଶ୍ରୀ ଯାମିନୀ ଷଡ଼ଙ୍ଗୀ ସମେତ ରାଜ୍ୟ ସରକାରଙ୍କର ତଥା ବେଦାନ୍ତ ଲିମିଟେଡ୍ ର ବହୁ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବେଦାନ୍ତ ଲିଃ.ର ଆଲୁମିନିୟମ ବ୍ୟବସାୟର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, କୋଭିଡ୍ ବିରୁଦ୍ଧରେ ଜାରି ରହିଥିବା ଲଢ଼େଇରେ ବେଦାନ୍ତ ଓଡ଼ିଶାର ଲୋକଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି । ଏହା ଅନ୍ତର୍ଗତ ଆମେ ଓଡ଼ିଶା ସରକାରଙ୍କୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଇଛୁ । କୋଭିଡର ପ୍ରଥମ ଲହର ସମୟରେ ଆମେ ଆମର ସମସ୍ତ ପ୍ଲାଂଟ୍ ଅଂଚଳରେ  ବହୁବିଧ ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀ ଲଢ଼େଇରେ ଆମେ  କୋଭିଡ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଆମେ ଆମର କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀର ସାମ୍ପ୍ରତିକ ଦ୍ୱିତୀୟ ଲହରର ସଙ୍କଟ ଜନକ ସ୍ଥିତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ ।

ଏହି ଅବସରରେ ବେଦାନ୍ତର ପ୍ରୟାସକୁ ପ୍ରଶଂସା କରି ଇପିକଲର ପରିଚାଳନା ନିର୍ଦ୍ଧେଶକ ନୀତିନ ଜୱାଲେ କହିଲେ, ସମ୍ପ୍ରତି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଓ ସେମାନଙ୍କର ଜୀବନ ସୁରକ୍ଷା ପାଇଁ ଅକ୍ସିଜେନ୍ ଅତ୍ୟାବଶ୍ୟକ । ରାଜ୍ୟର ଏଭଳି ସଙ୍କଟ ଜନକ ସ୍ଥ୍ିତିରେ ବେଦାନ୍ତ ଆଗେଇ ଆସି ସହଯୋଗର ହାତ ବଢ଼ାଇ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା  ବେଶ୍ ସ୍ୱାଗତ ଯୋଗ୍ୟ । ଏହି କାର୍ଯ୍ୟ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ବେଦାନ୍ତର ରହିଥିବା ଦାୟିତ୍ୱବୋଧ ଏବଂ ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି । ବେଦାନ୍ତ ସବୁବେଳେ ଏହାର ପ୍ଲାଂଟ୍ ଅଂଚଳ ଏବଂ ରାଜ୍ୟସ୍ତରରେ ସରକାରୀ କର୍ତୃପକ୍ଷଙ୍କ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି ।

କମ୍ପାନୀ ପକ୍ଷରୁ ଓଡିଶାରେ ପାଖାପାଖି ୩୦୦ କୋଭିଡ୍ କେୟାର ବେଡ୍ ର ସ୍ଥାପନା କରାଯାଇ ରାଜ୍ୟ ସରକାରଙ୍କୁ କୋଭିଡ୍ ପରିଚାଳନା କ୍ଷେତ୍ରରେ ସାହାଯ୍ୟ କରାଯାଉଛି ଏବଂ ଆଗାମୀ ଦିନରେ ସରକାରଙ୍କ ମିଳିତ ସହଯୋଗରେ ବେଦାନ୍ତ ରାଜ୍ୟର ହସ୍ପିଟାଲ ଗୁଡ଼ିକର ବହୁବିଧ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ବେଦାନ୍ତ ପକ୍ଷରୁ ଏହାର ପ୍ଲାଂଟ୍ ର ଉପାନ୍ତ ଅଂଚଳ ଝାରସୁଗୁଡାରେ ପ୍ରଭାବିତ ରୋଗୀଙ୍କୁ ଚିକିତ୍ସା ପାଇଁ  ଜିଲ୍ଲା କୋଭିଡ୍ ହସ୍ପିଟାଲଗୁଡ଼ିକକୁ  ସାହାଜ୍ୟ ଏବଂ ସହୋଯୋଗ କରାଯାଉଛି । କମ୍ପାନୀ ପକ୍ଷରୁ ଓଡିଶାର କଳାହାଣ୍ଡିର ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲକୁ ୧୦,୦୦୦ ଆର୍ଟି-ପିିସିଆର୍ ଟେଷ୍ଟ୍ କିଟ ଯୋଗାଇ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ସହିତ ମିଳିତ ହୋଇ ବେଦାନ୍ତ ପକ୍ଷରୁ ଏହାର ପ୍ଲାଂଟ୍ ର ଉପାନ୍ତ ଅଂଚଳରେ ଟିକାକରଣ କାର୍ଯ୍ୟ ଜାରି ରହିଛି ।

ବିଗତବର୍ଷ ଧରି ବେଦାନ୍ତ ପକ୍ଷରୁ କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ପ୍ରୟାସ ଗୁଡିକ ଜାରିରହିଛି ଯଥା-

  • ୯୨,୦୦୦ ୟୁନିଟ୍ ପିପିଇ କିଟ୍ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି ।
  • ସେହିପରି ହଜାର ହଜାର ଦିନ ମଜୁରିଆ ଏବଂ ଗରିବ ପରିବାରଙ୍କୁ ରାଶନ ଓ ଭୋଜନ ଯୋଗାଇ ଦିଆଯାଇଛି ।
  • ୨ ଲକ୍ଷରୁ ଅଧିକ ମାସ୍କ୍, ସାବୁନ୍ ଏବଂ ସୁରକ୍ଷା କିଟ୍ ବିତରଣ କରାଯାଇଛି । ମାସ୍କ୍ଗୁଡ଼ିକୁ ବେଦାନ୍ତ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ବହୁ ଲୋକଙ୍କକର ଜୀବନ ଜୀବିକାରେ ବିକାଶ ସମ୍ଭବ ହୋଇ ପାରିଛି ।
  • ଶହେରୁ ଅଧିକ ସଚେତନତା ଶିବିର ଦୁର୍ଗମ ଗ୍ରାମରେ ଆୟୋଜନ କରାଯାଇ କୋଭିଡ୍-୧୯ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି ।
  • ବେଦାନ୍ତର ପ୍ଲାଂଟ୍ ଅଂଚଳରେ ସର୍ବସାଧାରଣ ସ୍ଥଳ ଏବଂ କାର୍ଯ୍ୟାଳୟର ବିଶୋଧନ କରାଯାଇଛି ।
  • ପ୍ଲାଂଟ୍ ଅଂଚଳର ଚାଷୀଙ୍କ ଜୀବନ ଜୀବିକା ବିକାଶ ପାଇଁ ଲକ୍ଡାଉନ୍ ସମୟରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି ।

ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜନେସ୍ ଯାହାକି ବେଦାନ୍ତ ଲିମିଟେଡ୍ର ଅଂଶବିଶେଷ, ଭାରତରେ ସବୁଠାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରୁଥିବା କମ୍ପାନି ଅଟେ ଏବଂ ୨୦୨୧ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ ମଧ୍ୟ ଅଟେ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.