ଗରଦପୁର,୨୦/୦୫/୨୦୨୧(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ରାଘବପୁର ପଂଚାୟତସ୍ଥିତ ପୋଦନା ଗ୍ରାମର ସ୍ୱର୍ଗତ ନଟବର ବିଶ୍ୱାଳଙ୍କ ପତ୍ନୀ ସୁଭଦ୍ରା ବିଶ୍ୱାଳ ଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଛି । ସୁଭଦ୍ରା ଦେବୀ ହେଉଛନ୍ତି ବିଶିଷ୍ଟ ପ୍ରାବନ୍ଧÿିକ ତଥା ଶିକ୍ଷାବିତ ଅଭିରାମ ବିଶ୍ୱାଳଙ୍କ ମା । ସୁଭଦ୍ରା ଦେବୀଙ୍କ ବଡ଼ ପୁଅ କ୍ଷୀରୋଦ ବିଶ୍ୱାଳ ଓଡ଼ିଶା ସଚିବାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସେହିପରି ତାଙ୍କ ୨ୟ ପୁତ୍ର ରବିନ୍ଦ୍ର ବିଶ୍ୱାଳ ଗ୍ରାମରେ ଜଣେ ସଚ୍ଚା କୃଷକ ଓ ସମାଜ ସେବୀ ଭାବରେ ଜଚ୍ଚାଶୁଣା । ସାନ ପୁଅ ଅଭିରାମ ସାରା ଓଡ଼ିଶା ରେ ଜଣେ ଶିକ୍ଷାବିତ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ମା ଙ୍କ ମୃତ୍ୟୁ ସମୟରେ ୩ ଭାଇ ଙ୍କ ସମେତ ପରିବାର ବର୍ଗ ଓ ସାହି ଭାଇ ଉପସ୍ଥିତ ଥିଲେ । ସୁଭଦ୍ରା ଦେବୀ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କର ସ୍ନେହଶୀଳ ଓ ମେଳାପି ଗୁଣରେ ସେ ଗ୍ରାମର ମହିଳା ମାନଙ୍କୁ ଏକତ୍ରିତ କରି ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ପର୍ବ ପର୍ବାଣି ପାଳନରେ ସମୟ ବିତାଉଥିଲେ । ଆଜି ଅପରାହ୍ନରେ ତାଙ୍କ ପରଲୋକରେ ଗ୍ରାମରେ ଶୋକ ପ୍ରକାଶ ପାଇଛି । ଗ୍ରାମ ସ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି । ବଡ଼ ପୁଅ କ୍ଷିରୋଦ ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର