ଭୁବନେଶ୍ୱର,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ବିଧିର ବିଧାନ ବଡ଼ ବରୁଣ । ବାପା ଙ୍କ ପଛେ ପଛେ ସତେ ଯେମିତି ଡ଼କା ଡ଼କି ହୋଇ ଚାଲିଗଲେ ଦୁଇ ପୁଅ । ବିଶିଷ୍ଟ ସ୍ଥପତି , ପଦ୍ମ ଭୁଷଣ ରଘୁନାଥ ମହାପାତ୍ର ଗତ ୯ ତାରିଖରେ କରୋନା ରେ ପିଡ଼ିତ ହୋଇ ପରଲୋକ ଗମନ କରିଥିଲେ । ତାଙ୍କ ସହ ତାଙ୍କ ଦୁଇ ପୁଅ ମଧ୍ୟ କରୋନା ପିଡ଼ିତ ଥାଇ ଚିକିତ୍ସାଧିନ ଥିଲେ । ବାପା ଙ୍କ ୧୧ଦଶ ଦିବସରେ ବୁଧବାର ଦିନ ସାନ ପୁଅ ପ୍ରଶାନ୍ତ ଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବାପା ଙ୍କ ୧୨ଦଶ ଦିବସରେ ଗୁରୁବାର ବଡ଼ ପୁଅ ଯଶୋବନ୍ତ (୫୨)ଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ବୁଧବାର ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମ୍ କୋଭିଡ ହସ୍ପିଟାଲର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ୱେ ତାଙ୍କର ଗୁରୁବାର ମଧ୍ୟାହ୍ନ ରେ ତାଙ୍କର ମୃତ୍ୟୁ ଘଟିଛି । ଗତ ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ବାପ ପୁଅ ମିଶି ୩ଜଣ ଆଖିବୁଜିଛନ୍ତି ଏହି ବିଶ୍ୱ ମହାମାରୀ କରୋନା ରେ । ଓଡ଼ିଶା ସମାଚାର