କେନ୍ଦ୍ରାପଡ଼ା, ୨୦/୦୫/୨୦୨୧(ଓଡ଼ିଶା ସମାଚାର)- କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ ୩ଦିନ ମଧ୍ୟରେ ପ୍ରାୟ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଟାଉନ ଥାନା ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସବଇନସପେକ୍ଟର ସୌମ୍ୟରଞ୍ଜନ ଜାଲି ପ୍ରମୁଖ ସହରର ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ବିନା ମାସ୍କ ପରିଧାନ, ବିନା ସାମାଜିକ ଦୂରତା ରକ୍ଷା ପ୍ରଭୃତି କାରଣରୁ ବାଇକ ଚାଳକ, ପଥଚାରୀ ଓ ବିଭିନ୍ନ ଦୋକାନୀମାନଙ୍କ ଠାରୁ ଏହି ଜୋରିମାନା ଆଦାୟ କରିଥିବା ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର