Tuesday , October 3 2023
Breaking News
Home / ବିଶେଷ / ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ସମିତି ଆନୁକୁଲ୍ୟରେ ୨୦୨୧ କୋଭିଡ୍ ୧୯ କରୋନା ଯୋଦ୍ଧା ସମ୍ମାନ

ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ସମିତି ଆନୁକୁଲ୍ୟରେ ୨୦୨୧ କୋଭିଡ୍ ୧୯ କରୋନା ଯୋଦ୍ଧା ସମ୍ମାନ

ସାଲେପୁର:୨୦/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଓଡ଼ିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ମିଳିତ ଆନୁକୂଲ୍ୟରେ ସାଲେପୁର ଥାନା ପରିସରରେ ସାଲେପୁର ଏସ୍ ଡି ପି ଓ ପ୍ରଶାନ୍ତ କୁମାର ମାଝୀ ଓ ସାଲେପୁର ଆଇ ଆଇ ସି ବିଜୟ କୁମାର ବିଶି ଏବଂ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ର ସଭାପତି ଅଭୟ ଜେନା, ଉପଦେଷ୍ଟା ରତ୍ନାକର ବାରିକ ଙ୍କ ସମେତ ସଂଘର ସମସ୍ତ ସାମ୍ବାଦିକ ଙ୍କୁ ତାଙ୍କ ନିଷ୍ଠା, କର୍ତ୍ତବ୍ୟ, ପରିବାରକୁ ପଛରେ ପକାଇ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ର ବହୁତ ଉର୍ଦ୍ଧ୍ଵ କୁ ଯାଇ କାର୍ୟ୍ୟ କରୁଥିବାରୁ ଆଜି କୋରୋନା ଦ୍ବୀତିୟ ଲହରୀ ସମୟରେ କରୋନା ମହାମାରୀ ବିରୋଧରେ ଗତ ବର୍ଷ ଭଳି କିପରି ସଂଗ୍ରାମ କରିବେ ସେଥିପାଇଁ ସେମାନଙ୍କ ମନୋବଳକୁ ସୁଦୃଢ କରିବା ସହିତ ପ୍ରେରଣା ଯୋଗାଇବା ପାଇଁ ଓଡ଼ିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରାଚାର୍ୟ୍ୟ ମନୋଜ ପାଣିଗ୍ରାହି, ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ର ସଂଙ୍ଗଠନ ପ୍ରଭାରୀ ଆଚାର୍ୟ୍ୟ ଅଶୋକ ମିଶ୍ର, ପ୍ରଦେଶ ଉପାଧ୍ୟକ୍ଷ ପଣ୍ଡିତ ଅରୂପା ନନ୍ଦ କର ଙ୍କ ତତ୍ବାବଧାନରେ ପୋଲିସ ପ୍ରଶାସନ ଙ୍କ ସହିତ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ର ସମସ୍ତ ସାମ୍ବାଦିକ ମାନଙ୍କୁ କୋଭିଡ୍ ୧୯ କରୋନା ଯୋଦ୍ଧା ଭାବରେ ଉତ୍ତରୀୟ ପୁଷ୍ପମାଲ୍ୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇ ଥିଲା । ଏହି କାର୍ୟ୍ୟକ୍ରମରେ ଓଡିଶା ବ୍ରାହ୍ମଣ ସମିତି ର କୋଷାଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ର ପ୍ରଦେଶ ସଚିବ ପଣ୍ଡିତ ଦୀପକ କୁମାର ଷଡଙ୍ଗୀ ସମ୍ମାନିତ କରିଥିଲେ ଏହି କାର୍ୟ୍ୟକ୍ରମରେ ପଣ୍ଡିତ ଶରତ ଚନ୍ଦ୍ର କର ପିତାମ୍ବର ଦ୍ବିବେଦୀ,ଶିଶୁ କୃଷ୍ଣ ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାସମାଚାର

Leave a Reply

Your email address will not be published. Required fields are marked *