Saturday , June 3 2023
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକ

ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୨୦/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଆଦର୍ଶ, ପ୍ରବୀଣ ତଥା ଛାତ୍ରବତ୍ସଳ ଶିକ୍ଷକ ଦୁର୍ଗା ଚରଣ ମହାନ୍ତିଙ୍କର ବୁଧବାର ବିଳମ୍ବିତ ରାତିରେ ବିୟୋଗ ହୋଇଯାଇଛି । ମୃତୁ୍ୟ ଖବର ପ୍ରଚାର ହେବା  ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଏସମ୍ପର୍କରେ ଖବର ପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ପୁରାତନ ଛାତ୍ର ସୁଶିଲ ସାମଲ, ସାମ୍ବାଦିକ ନରେନ୍ଦ୍ର ଧଳ, ଚିତ ମଲ୍ଲିକ, ଅମୃତମଣୋହୀ ସରପଂଚ କୁଳମଣୀ ମଲ୍ଲିକ, ନୂଆପଡା ସରପଂଚ ସବ୍ୟସାଚୀ ବିଶ୍ୱାଳ, ପୂର୍ବତନ ସରପଂଚ ଜୀତେନ୍ଦ୍ର ରାଉତ, ନିଶାମଣି ମହାନ୍ତି, ସୁରେନ୍ଦ୍ର ମଳିକ, ନୟନ ରାଉତ, ଗୁରୁଚରଣ ଦାସ, ଜୟହିନ୍ଦ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରଞ୍ଜିତ ରାଉତ, ଭଗବାନ ରାଉତ, ପ୍ରାଧ୍ୟାପକ ଅଶୋକ ନାୟକ, ପ୍ରଧାନ ଶିକ୍ଷକ ପାର୍ଥସାରଥୀ ଦାଶ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ବିଜେଡି ନେତା ରବୀନ୍ଦ୍ର ପରିଡା, ସତ୍ୟାନନ୍ଦ ଦାଶ, ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ଶିଶିର ରାଉତ, ପ୍ରଶନ୍ନ ରାଉତ, ଶିଳ୍ପଦ୍ୟୋଗୀ ମଂଟୁ ସ୍ୱାଇଁ, ଅମୀୟ ବେହୁରା, ଜୀବନ ରାଉତ, ସ୍ଥାନୀୟ ସରପଂଚ ରତିକାନ୍ତ ସାହାଣୀ, ସମିତି ସଭ୍ୟା ମନୋରମା ଭୂୟାଁ, ସମାଜସେବୀ ବସନ୍ତ କୁମାର ମଲ୍ଲିକଙ୍କ ସମେତ ବହୁ ଛାତ୍ରଛାତ୍ରୀ  ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ବାସଭବନରେ ପହଂଚି କୋଭିଡ ନିୟମ ଅନୁପାଳନ ପୂର୍ବକ ପୂଜ୍ୟ ଶିକ୍ଷକଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.