Sunday , March 26 2023
Breaking News
Home / ବିଶେଷ / ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ମହାପ୍ରୟାଣରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏହି ଅବସରରେ ସଂସଦର ସଭାପତି ଡଃ. ବାସୁଦେବ ଦାସ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ହେମନ୍ତ କୁମାର ଜେନା, ପ୍ରେମଲତା ଗିରି, ଫକିର ଚରଣ ଓଝା, ରାମକୃଷ୍ଣ ଦାଶ, ଅଶୋକ କୁମାର ପରିଡା, ସୁରେନ୍ଦ୍ର ବେହେରା, ସମ୍ପାଦକ ଶୁଭାଂଶୁ ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, କାର୍ତିକ ଚରଣ ନାୟକ, ମନୋଜ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, କାକୁଲୀ ମଲ୍ଲିକ, ଅନସୂୟା ମିଶ୍ର, ପ୍ରଣତି ପଣ୍ଡା, ଶ୍ରୀଧର କୁମାର ଭୋଳ, ପ୍ରାଧ୍ୟାପକ ମୋହନ ଚରଣ ଜେନା, ଈଶ୍ୱର ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ଜେନା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଜୟ ସାମଲ, ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ, ଗୋଲଖ ସେଠୀ, ନାରାୟଣ ପ୍ରସାଦ ଜେନା, ଅନନ୍ତ ଚରଣ ନାୟକ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗ ଖାଲି କେନ୍ଦ୍ରାପଡା ନୁହେଁ ଓଡିଶା ସଂଗୀତ ଜଗତ ପାଇଁ ଏକ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କଲା ବୋଲି କହିଛି ସାହିତ୍ୟ ସଂସଦ । ଓଡ଼ିଶା ସମାଚାର

Leave a Reply

Your email address will not be published.