Tuesday , June 6 2023
Breaking News
Home / ବିଶେଷ /    ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୮ ହଜାର ଟଙ୍କା ଫାଇନ ଆଦାୟ

   ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୮ ହଜାର ଟଙ୍କା ଫାଇନ ଆଦାୟ

ଭୁବନ ୧୯/୦୫/୨୦୨୧(ଓଡ଼ିଶା ସମାଚାର)-ଓଡିଶାରେ ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ ସମେତ ଦୋକାନ ଖୋଲି ବେପାର କରୁଥିବା ଅମାନିଆଙ୍କ ଠାରୁ ୮ ହଜାର ରୁ ଉଦ୍ଧ୍ୱର୍ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଏଏସଆଇ ପ୍ରଭାତ କୁମାରନାୟକ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.