ଭୁବନ , ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପ୍ରବେଶ କରିଛି । ୨ ଜଣ ଡାକ୍ତର ଓ ୩ ଜଣ ଷ୍ଟାଫନର୍ସ କୋଭିଡ ପଜିଟିଭରେ ସଂକ୍ରମିତ ହୋଇଛନ୍ତି । ଅନ୍ୟ କେତେକ କର୍ମଚାରୀ ମଧ୍ୟ ଥଣ୍ଡା ଜରରେ ପୀଡିତ ଥିବାରୁ ଭାଳେଣି ପଡିଛି । ମହାମାରୀ କରୋନା ସମୟରେ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହେବା ପରେ ଭୁବନବାସୀଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ଆଉ ଟୀକାକରଣ କେମିତି ହେବ ସେନେଇ ସନ୍ଦେହ ପ୍ରକାଶ ପାଇଛି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଜାତାରାଣୀ ମିଶ୍ର ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଭୁବନ ଡାକ୍ତରଖାନାରେ ସମୁଦାୟ ୫ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ମୁଁ ଖବର ପାଇଛି । ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଛୁଟିରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା କର୍ମଚାରୀ ମାନେ ତୁରନ୍ତ ସେମାନଙ୍କର ପରୀକ୍ଷା କରାଇ ସତର୍କତା ଅବଲମ୍ବନ କରିବାକୁ କହିଛି । ଡାକ୍ତର ଓ ନର୍ସଙ୍କୁ କରୋନା ହୋଇଥିବା ସଂପର୍କରେ ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୋ ପାଖକୁ କୌଣସି ଚିଠି ଆସିନାହିଁ । ଚିଠି ମିଳିବା ପରେ ଲୋକଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଏବଂ ସାମାନ୍ୟ ରୋଗ ପାଇଁ କିମ୍ବା ଟୀକା ବେବାପାଇଁ ଡାକ୍ତରଖାନାରେ ଅଯଥା ଗହଳି ନକରିବାକୁ ସିଡିଏମଓ ଶ୍ରୀମତୀ ମିଶ୍ର ଭୁବନବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର