କଳାହାଣ୍ଡି , ୧୯/୦୫/୨୦୨୧(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକ ଅନ୍ତର୍ଗତ ଡୁମେର ପଦର ପଞ୍ଚାୟତ ର ବିରମଳ ଗୁଡା ଗ୍ରାମ ର ନବନିର୍ମିତ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତୁରନ୍ତ କାର୍ୟ୍ୟ କ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରାୟ ୧୨୦ପରିବାର ବସବାସ କରୁଥିବା ଏହି ଗ୍ରାମରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି। ସରକାର ଗ୍ରାମାଞ୍ଚଳ ଓ ସହରମାନଙ୍କରେ ପାନୀୟ ଜଳ ଯୋଗାଣ କୁ ପ୍ରାଥମିକତା ଦେଉଛନ୍ତି। ବିରମଳ ଗୁଡା ଗ୍ରାମ ରେ ପାନୀୟ ଜଳ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବସୁଧା ଯୋଜନା ମାଧ୍ୟମରେ ପ୍ରାୟ ୬୧ଲକ୍ଷ ଟଙ୍କା ବ୍ୟୟ ରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସ୍ଥାନ ସ୍ଥାନ ରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି । କିନ୍ତୁ ନିର୍ମାଣ ର ୪ ମାସ ହୋଇଯାଇ ଥିଲେ ସୁଧା ପ୍ରକଳ୍ପ କାର୍ୟ୍ୟକ୍ଷମ ହୋଉ ନ ଥିବା ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ଖରା ର ପ୍ରକୋପ ବଢିବାରେ ଜଳ ଶୁଷ୍ଣ ହୋଇ ବସୁଛି ଅନେକ ଜଳ ଉତ୍ସ । ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛି ମଣିଷ । ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ କାର୍ୟ୍ୟ କ୍ଷମ କରିବା କୁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ଗ୍ରାମ ବାସୀ । ଓଡଶା ସମାଚାର