କନ୍ଧମାଳ, ୧୯/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେଶପାଙ୍ଗାର ଲଦଡି ଛକ ନିକଟରେ କୌଣସି ସୂତ୍ର ରୁ ଖବର ପାଇଁ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶାନୁଯାୟୀ ଫିରିଙ୍ଗିଆ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବା ସମୟରେ ଜାଜେଶପାଙ୍ଗାର ଅନିରୁଦ୍ଧ ସାହୁ ଏକ ମୋଟରସାଇକେଲରେ ୩୦ କିଲୋ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଥିଲେ । ତେବେ ପୋଲିସ ଏହାକୁ ଜବତ କରିବା ସହ ଅଭିଯୁକ୍ତ ଅନିରୁଦ୍ଧଙ୍କୁ ଗିରଫ କରି ଫିରିଙ୍ଗିଆ ଥାନାରେ କେଶନଂ.୬୦/୨୧ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ତଦନ୍ତ କାରୀ ପୋଲିସ ଅଧିକାରୀ ସିଦ୍ଧାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର