Saturday , June 3 2023
Breaking News
Home / ବିଶେଷ / ବନ୍ଦର କର୍ମଚାରୀଙ୍କ କରୋନା ଜନିତ ମୃତୁ୍ୟ କ୍ଷତିପୂରଣ ରାଶିର ସମୟ ସୀମା ବୃଦ୍ଧି

ବନ୍ଦର କର୍ମଚାରୀଙ୍କ କରୋନା ଜନିତ ମୃତୁ୍ୟ କ୍ଷତିପୂରଣ ରାଶିର ସମୟ ସୀମା ବୃଦ୍ଧି

ପାରାଦ୍ୱୀପ ୧୯/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ଦ୍ୱାରା ବନ୍ଦର ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକ ମାନଙ୍କ କରୋନା ଜନିତ ମୃତୁ୍ୟରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୁଳକ କ୍ଷତିପୂରଣ ଅର୍ଥ ରାଶି ଦେବାକୁ ଘୋଷଣା କରାଯାଇଥିଲା । ତେବେ କୋଭିଡ୍-୧୯ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଏହି ଘୋଷଣାରେ ବିଳମ୍ଭ ଘଟିଥିଲା । ଏ ସମ୍ପର୍କରେ ନିକଟରେ ପାରାଦ୍ୱୀପ ପୋର୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ପାରାଦ୍ୱୀପ ବନ୍ଦର କର୍ତୃପକ୍ଷଙ୍କ ସମେତ ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ କୁ କ୍ଷତିପୁରଣ ସମୟସୀମା ବୃଦ୍ଧି କରାଯିବାକୁ ଅନୁରୋଧ କରାଯାଇଥିଲା । ତେବେ ଗତ ଏପି୍ରଲ୍ ୧ ତାରିଖରୁ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ  ୬ ମାସ ପର୍ଯ୍ୟନ୍ତ ଏହି ସମୟ ସୀମାକୁ ବନ୍ଦର ମନ୍ତ୍ରଣାଳୟ ପକ୍ଷରୁ ବୃଦ୍ଧି କରାଯାଇଛି । ଏହି ଘୋଷଣା ପରେ ପାରାଦ୍ୱୀପ ପୋର୍ଟ ୱାର୍କର୍ସ ୟୁନିୟନ ଓ ଏହାର ସାଧାରଣ ସମ୍ପାଦକ ନୃସିଂହ ଚରଣ ଶତପଥୀ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ମନ୍ତ୍ରଣାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ପାରାଦ୍ୱୀପ ର ଶ୍ରମିକ ନେତା ବାପି ସାର୍ଖେଲ କ୍ଷତିପୂରଣ ରାଶି ର ସମୟସୀମା ବୃଦ୍ଧି ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିବାର ଜଣାପଡିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.