Wednesday , May 31 2023
Home / ବିଶେଷ /     ପୋଖରୀରେ ବୁଡି ବୟସ୍କ ବ୍ୟକ୍ତିଙ୍କ  ମୃତ୍ୟୁ

    ପୋଖରୀରେ ବୁଡି ବୟସ୍କ ବ୍ୟକ୍ତିଙ୍କ  ମୃତ୍ୟୁ

ଭୁବନ,୧୯/୦୫/୨୦୨୧(ଓଡ଼ିଶା ସମାଚାର)- ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ମଝି ବେଣାଗାଡିଆ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ କଲଣି ଅଂଚଳର ବିଳାସ ବେହେରା (୫୨) ଆଜି ଅପରାହ୍ନରେ ଗାଧୋଇବାକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକ ବହୁ ଖୋଜାଖୋଜି କରିଥିଲେ । ସଂଧ୍ୟାରେ ମଝି ବେଣାଗାଡିଆ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଖବର ପାଇ ଭୁବନ ଥାନା ଆଇଆଇସି  ପ୍ରଶାନ୍ତ କୁମାର ପାତ୍ର ଙ୍କ ନିର୍ଦ୍ଧେଶ ମତେ ଏଏସଆଇ ପ୍ରଭାତ କୁମାର ନାୟକ,ପ୍ରଦୀପ କୁମାର ଶତପଥି ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲେ । ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.