Monday , March 27 2023
Breaking News
Home / ବିଶେଷ / ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ

ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର,୧୯/୦୫/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ଥପତି , ପଦ୍ମ ଭୂଷଣ ରାଜ୍ୟସଭା ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । କୋଭିଡ଼ ରେ ଆକ୍ରାନ୍ତ ହୋଇ ବାପାଙ୍କ ମୃତ୍ୟୁ ପରେ ପରେ ପୁଅ ପ୍ରଶାନ୍ତ (୪୭) ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କର ପରଲୋକ ଘଟିିଥିବାବେଳେ ତାଙ୍କ ର ଭାଇ ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି ।
ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍ ରେଫରୀ ଥିଲେ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଆଜି ବାପା ଙ୍କ ଏକାଦଶାହରେ ତାଙ୍କର ପରଲୋକ ଘଟିଛି । ତାଙ୍କ ର ଭାଇ ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ସୂଚନା । ଓଡ଼ିଶା ସମାଚାର

Leave a Reply

Your email address will not be published.