Monday , December 6 2021
Breaking News
Home / ବିଶେଷ / ପୁରିରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କାର୍ଯ୍ୟାନୁଷ୍ଠାନ ଦାବି

ପୁରିରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କାର୍ଯ୍ୟାନୁଷ୍ଠାନ ଦାବି

ଯୋଦ୍ଧାଙ୍କୁ ଅପମାନ କାହିଁକି ?

ଭୁବନେଶ୍ୱର,୧୯/୦୫/୨୦୨୧(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କରୋନାର ଆଗ ଧାଡ଼ିର ଯୋଦ୍ଧା ଘୋଷଣା କଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାହିଁକି ସ୍ଥାନୀୟ ପ୍ରଶାସନ ଶୁଣୁ ନାହିଁ ସାମ୍ବାଦିକ ମିଳିତ ମଂଚ ପ୍ରଶ୍ନ କରିଛି । ପୁରୀରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଏଥି ପାଇଁ ମଂଚ ପକ୍ଷରୁ ତଦନ୍ତ ଓ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହି ଯେଦ୍ଧାମାନଙ୍କୁ ସମ୍ମାନ ନଦେଇ ସ୍ଥାନୀୟ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ କଥାକୁ ହେୟଜ୍ଞାନ କରୁଛନ୍ତି ବୋଲି ମଂଚ ଜାଣିବାକୁ ଚାହୁଁଛି ବୋଲି ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି । ସୂଚନା ଅନୁସାରେ ଏହି ଯୋଦ୍ଧା ମାନଙ୍କୁ ନିୟମ ଅନୁଯାୟୀ ପ୍ରାଥମିକତା ଦୃଷ୍ଟିରୁ ଟିକା ପ୍ରଦାନ କରାଯିବା ଉଚିତ । ହେଲେ ସାମ୍ବାଦିକଙ୍କୁ ଟିକା ପ୍ରଦାନ ବେଳେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ଅବହେଳା କରୁଛି । ଏପରି ଉଦାହରଣ ରାଜଧାନୀରେ ମାତ୍ର ୯୭୦ଜଣ ସାମ୍ବାଦିକଙ୍କୁ ଟିକା ପ୍ରଦାନ ପରେ ଟିକା ଶିବିର ଉଠାଇ ଦିଆଗଲା । ସେହିପରି ୧୮ରୁ ୪୪ବର୍ଷ ବୟସର ସାମ୍ବାଦିକ ଟିକା ପାଇଲେ ନାହିଁ । ବିଏମସି ପକ୍ଷରୁ ଟିକା କୂପନ ପ୍ରଦାନ କଳାବଜାରି ଘଟଣା ପଦାକୁ ଆସିଛ, ଅଥଚ ସାମ୍ବାଦିକଙ୍କୁ କୁପନ କିମ୍ବା ଟିକା ମିଳୁନାହିଁ । ବିଏମ୍ସିର ଅଧିକାରୀମାନେ ଫୋନ୍ ଉଠାଉନାହଁନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବୀମାରେ ୬୯୪୪ଜଣଙ୍କ ନାମ ରହିଥିବା ବେଳେ ବହୁ ସାମ୍ବାଦିକ ଏହି ତାଲିକାରେ ନାହାଁନ୍ତି । ରାଜଧାନୀରେ ଅତି କମ୍ରେ ଓଡ଼ିଆ, ଇଂରାଜୀ ସମେତ ଅନ୍ୟାନ୍ୟ ଭାଷାରେ ଦୈନିକ ୮୦ରୁ ଉର୍ଦ୍ଧ ସମ୍ବାଦପତ୍ର ରହିଛି । ଅନେକ ବୈଦିତୁକ ଗଣମାଧ୍ୟମ, ୱେବ ଚ୍ୟାନେଲର ପ୍ରତିନିଧି ଗଣ ଓ ସମ୍ବାଦିକ ରାଜଧାନୀରେ ରୁହନ୍ତି । କାର୍ଯ୍ୟ ଅଧିକ ଥିବାରୁ କେହି କେହି ଭୁବନେଶ୍ୱର ଟିକା କେନ୍ଦ୍ରକୁ ମଧ୍ୟ ଆସିପାରି ନାହଁନ୍ତି । ଏଥି ସହ ବହୁ ସାମ୍ବାଦିକ ପ୍ରଥମ ଟିକା ହସ୍ପିଟାଲରେ ନେଇଛନ୍ତି । ହେଲେ ମାତ୍ର ୩ଦିନ ଶିବିର ପଡ଼ିବାରୁ ୯୭୦ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଇଥିଲା । ଆହୁରି ବହୁ ସାମ୍ବାଦିକ ଟିକା ନେବାରୁ ବଂଚିତ ରହିଛନ୍ତି । ସ୍ଥାନୀୟ ପ୍ରଶାସନର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏନେଇ ଜଣାଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଏପରି ସମସ୍ୟାକୁ ସାମାଧାନ କରିବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ସ୍ୱାସ୍ଥ୍ୟ ସଚିବ, ଗଣମାଧ୍ୟମ ବିଭାଗ ଉପଦେଷ୍ଟା ଏଥି ପ୍ରତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *