Monday , September 25 2023
Breaking News
Home / ବିଶେଷ / ପାରାଦୀପ ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ସହ ଅଭିଯୁକ୍ତ ଗିରଫ

ପାରାଦୀପ ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ସହ ଅଭିଯୁକ୍ତ ଗିରଫ

ପାରାଦୀପ ୧୯/୦୫/୨୦୨୧(ଓଡ଼ିଶା ସମାଚାର)-ଏବେ କରୋନା ମହାମାରୀରେ ସାରା ବିଶ୍ୱ ସଂକଟାପନ୍ନ ଅବସ୍ଥାରେ ଗତି କରୁଥିବା ବେଳେ ଚୋରା ବ୍ରାଉନ ସୁଗାର ବେପାର ଦୃତ ଗତିରେ ବଢି ଚାଲିଛି । ତେବେ ଆଜି ପୁଣି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଶମ୍ଭୁ ମଜୁମଦାର ନାମକ ଜନୈକ ବ୍ୟକ୍ତି ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ପାରାଦୀପ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତ ଶମ୍ଭୁ ନିକଟରୁ ୧୦ଗ୍ରାମ୍ ର ବ୍ରାଉନ୍ ସୁଗାର  ଏବଂ ବ୍ୟବହୃତ ଓଡି-୨୧-ଏଚ୍-୩୭୦୯ ନମ୍ବର ଏକ ମୋଟର ସାଇକେଲ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସତପଥି ଜଣାଇଛନ୍ତି । ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଛି ଏବଂ ବିଭିନ୍ନ ସ୍ଥାନରେ ଅନ୍ୟ ବ୍ରାଉନ୍ ସୁଗାର ବେପାରୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଜାରୀ ରହିଥିବା ଶ୍ରୀ ସତପଥି ପ୍ରକାଶ କରିଛନ୍ତି । ଏଠାରେ ସୂଚନାଥାଉ କି, ଗତ କିଛି ଦିନ ହେବ ସ୍ଥାନୀୟ ଭୁତମୁଣ୍ଡାଇ ଅଂଚଳରୁ ମଧ୍ୟ ୧୦ଗ୍ରାମ୍ ର ବ୍ରାଉନ ସୁଗାର ସହିତ ଅଭିଯୁକ୍ତ ଗିରଫ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *