Saturday , December 10 2022
Home / ସ୍ୱାସ୍ଥ୍ୟ / ଟୋକନ ବ୍ୟବସ୍ଥା ପରେ ଶୃଙ୍ଖଳାରେ ଚାଲିଛି ଟୀକାକରଣ

ଟୋକନ ବ୍ୟବସ୍ଥା ପରେ ଶୃଙ୍ଖଳାରେ ଚାଲିଛି ଟୀକାକରଣ

ଭୁବନ ୧୯/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣରେ ଉପୁଜିଥିବା ସମସ୍ୟା/ଗହଳି ଏବେ ଆଉ ଦେଖିବାକୁ ମିଳୁନାହିଁ । ଟୀକାକରଣ ପୂର୍ବରୁ ପ୍ରଥମେ ନାମ ପଞ୍ଜିକରଣ କରାଯାଇ ଟୋକନ ବ୍ୟବସ୍ଥା କରାଯାଇଛି । ବର୍ତମାନ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯାଉଛି ,ଫଳରେ ଗହଳି କମିଯାଇଛି । ତାଛଡା ଦ୍ୱିତୀୟ ଡୋଜ ୪ ସପ୍ତାହ ବଦଳରେ ସରକାର ୧୬ ସପ୍ତାହ କରିଦେବାରୁ ପ୍ରଥମ ଡୋଜ ନେବାର ମାସକ ପରେ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତି ମାନେ ମଧ୍ୟ ଆଉ ଡାକ୍ତରଖାନାକୁ ଆସୁନାହାଁନ୍ତି । ଟୀକାକରଣ ଆରମ୍ଭ ଦିନରୁ ଆଜି ପର୍ଯ୍ୟନ୍ତ ସମୁଦାୟ ୮୨୫୦ ଜଣ ଟୀକା ନେଇଥିବା ଡାକ୍ତରଖାନା ଆକାଉଟାଣ୍ଟ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.