ପାରାଦ୍ୱୀପ ୧୯/୦୫/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଦୃତ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ଅତିରିକ୍ତ ସ୍ୱତନ୍ତ୍ର ଆଂଟିଜେନ୍ ଓ ଆର୍ଟିଫିସିଆଲ ପରିକ୍ଷା କେନ୍ଦ୍ର ଖୋଲିବା ପାଇଁ ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ସଭାପତି ଅରିନ୍ଦମ ସାର୍ଖେଲ (ବାପି ସାର୍ଖେଲ) ଦାବି ଜଣାଇଛନ୍ତି । ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଟୁଇଟ୍ ମାଧ୍ୟମରେ ଦାବି ଜଣାଇଥିବା ସୂଚନା ମିଳିଛି । ସୂଚନା ଥାଉକି ଜଗତସିଂହପୁର ଓ କେନ୍ଦ୍ରାପଡା ସଂଲଗ୍ନ ଶିଳ୍ପ ସହର ହେଉଛି ପାରାଦ୍ୱୀପ । ଏଠାରେ ବହୁ ଛୋଟ ବଡ ଶିଳ୍ପ ନିଜର ସଂସ୍ଥା ପ୍ରତିଷ୍ଠା କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି ସରକାରଙ୍କ ନିୟମ ଅନୁଯାଇ ଏସବୁ ଶିଳ୍ପ ସଂସ୍ଥା ମାନେ ପାରିପାଶ୍ୱର୍ିକ ଉନ୍ନୟନ କ୍ଷେତ୍ରରେ ନିଜର ସିଏସ୍ଆର ଫଣ୍ଡକୁ ଅର୍ଥ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏପରୀ ମହାମାରୀ ସମୟରେ ଏସବୁ ଦିଗରେ ସେମାନଙ୍କ ସହଯୋଗ ଦୃଷ୍ଟିଗୋଚର ହେଉନାହିଁ । ସଂପ୍ରତି ଏହି ଦୁଇ ଜିଲ୍ଲାରେ ଦୃତ ସଂକ୍ରମଣ ଦୃଷ୍ଟିରୁ ଅତ୍ୟାବଶ୍ୟକୀୟ ହୋଇ ପଡିଛି ଅଧିକ କୋଭିଡ୍ ପରିକ୍ଷା କେନ୍ଦ୍ର ଓ ଅସ୍ଥାୟୀ ଅତ୍ୟାଧୁନିକ ଚିକିତ୍ସାଳୟ । ଜଗତସିଂହପୁର ଜିଲ୍ଲାର ୮ଟି ବ୍ଳକ୍ ଓ ୨ଟି ପୌରପାଳିକା ଏବଂ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଳକ ଓ ୨ଟି ପୌରପାଳିକା ରେ ପାରାଦ୍ୱୀପ ର ଶିଳ୍ପ ସଂସ୍ଥା ପକ୍ଷରୁ ନିଜ ସିଏସଆର୍ ଫଣ୍ଡରୁ ଅର୍ଥ ଖର୍ଚ୍ଚ କରି କୋଭିଡ୍ ପରିକ୍ଷା ଓ ଚିକତ୍ସା କେନ୍ଦ୍ର ସ୍ଥାପନ କରିବାକୁ ସଂଘର ସଭାପତି ଶ୍ରୀ ସାର୍ଖେଲ ଦାବି କରିଛନ୍ତି । ସୂଚନା ଥାଉକି ପାରାଦ୍ୱୀପର ଦୁଇ ସାରକାରଖାନା ଇଫକୋ ଓ ପିପିଏଲ୍ ମେଡିକାଲ ଅକ୍ସିଜେନ୍ ର ଅଭାବ ଦୂର କରିବା ପାଇଁ ଅକ୍ସିଜେନ ପ୍ଳାନ୍ଟ ନିର୍ମାଣ କରୁଛନ୍ତି । ଏହି ଦୁଇ ସଂସ୍ଥାର ମାଗଣାରେ ଡାକ୍ତରଖାନ ଗୁଡିକୁ ଅକ୍ସିଜେନ୍ ଯୋଗାଣ ଅଭିଯାନ ସମସ୍ତ ଶିଳ୍ପ ସଂସ୍ଥା ପାଇଁ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସମାଚାର