Thursday , June 30 2022
Breaking News
Home / ବିଶେଷ / କେନ୍ଦ୍ରାପଡା ସଦର ଥାନାରେ ନୂତନ ଇନସପେକ୍ଟରଙ୍କ ଯୋଗଦାନ

କେନ୍ଦ୍ରାପଡା ସଦର ଥାନାରେ ନୂତନ ଇନସପେକ୍ଟରଙ୍କ ଯୋଗଦାନ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କର ଡିଏସପି ପଦବୀକୁ ପଦୋନ୍ନତି ପରେ ଯାଜପୁର ଜିଲ୍ଲାକୁ ବଦଳି ହୋଇଥିଲା । ମଙ୍ଗଳବାର ଆରକ୍ଷୀ ଅଧିକ୍ଷକ ଇନସପେକ୍ଟର ଶ୍ରୀ ମଲ୍ଲିକଙ୍କୁ ଭାରମୁକ୍ତ କରିଦେଇଛନ୍ତି । ଶ୍ରୀ ମଲ୍ଲିକ ଯାଜପୁର ଜିଲ୍ଲାରେ ଡିଏସପି ପଦରେ ଯୋଗଦେବେ । ଯାଜପୁର ଜିଲ୍ଲାରୁ ଇନସପେକ୍ଟର ପଦକୁ ପଦୋନ୍ନତି ପାଇ କେନ୍ଦ୍ରାପଡା ଜିଲ୍ଲାରେ ଯୋଗଦେଇଥିବା ଇନସପେକ୍ଟର ପବିତ୍ର ମହାରଣାଙ୍କୁ ଆରକ୍ଷୀ ଅଧିକ୍ଷକ ସଦର ଥାନାର ଭାରପ୍ରାପ୍ତ ଇନସପେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି ।  ଇନସପେକ୍ଟର ଶ୍ରୀ ମହାରଣା ବୁଧବାର ସଦର ଥାନାରେ ଭାରପ୍ରାପ୍ତ ଇନସପେକ୍ଟର ଭାବେ ଯୋଗଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *