Monday , December 6 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୫୬ କରୋନା ପଜିଟିଭ,୩ଟି ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୫୬ କରୋନା ପଜିଟିଭ,୩ଟି ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା

କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୧୫୬ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୧୭ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୩,  ଗରଦପୁର ବ୍ଲକରେ ୧୪, କେନ୍ଦ୍ରାପଡା ବ୍ଲକରେ ୨୦, ମହାକାଳପଡା ବ୍ଲକରେ ୧୯, ମାର୍ଶାଘାଇ ବ୍ଲକରେ ୧୫ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୭, ରାଜକନିକା ବ୍ଲକରେ ୧୧, ରାଜନଗର ବ୍ଲକରେ ୧୫ ଏବଂ  କେନ୍ଦ୍ରାପଡା ପୈାରାଳରେ ୩ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ  କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମପଂଚାୟତର ଆଶ୍ରମ ବାଲିକୁଦା ଗ୍ରାମର ୧୦ନମ୍ବର ୱାର୍ଡରେ କରୋନା ସଂକ୍ରମିତଙ୍କ ପାଇଁ ୩ଟି ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହି ୱାର୍ଡର ୪ଟି ପରିବାରର ୨୦ଜଣ ସଦସ୍ୟଙ୍କୁ ନେଇ ଗୋଟିଏ ମାଇକ୍ରୋ କଂଟେନମେଂଟ ଜୋନ କରାଯାଇଥିବା ବେଳେ ୨ଟି ଗୃହର ୧୫ଜଣ ସଦସ୍ୟଙ୍କୁ ନେଇ ୨ୟଟି  ଏବଂ ଅନ୍ୟ ଗୋଟିଏ ଗୃହର ୧୪ଜଣ ସଦସ୍ୟଙ୍କୁ ନେଇ ତୃତୀୟମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *