Wednesday , December 1 2021
Breaking News
Home / ତାଜା ଖବର / ଆଉ ୧୧, ୦୯୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୨୧ଜଣଙ୍କ ମୃତ୍ୟୁ

ଆଉ ୧୧, ୦୯୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୨୧ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୫/୨୦୨୧(ଓଡ଼ିଶା ସମାଚାର)- ଦୈନିକ ସଂଙ୍କ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସୁନି । ଆଜି ବି ୧୦ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧, ୦୯୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬,୨୧୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୮୮୫ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫୨ଜଣ, ବାଲେଶ୍ୱର ଜିଲ୍ଲାରୁ ୪୦୮ଜଣ, ବରଗଡ଼ ଜିଲ୍ଲାରୁ ୩୩୯ଜଣ, ଭଦ୍ରକ ଜିଲ୍ଲାରୁ ୪୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮୮ଜଣ, ବୌଦ୍ଧ ଜିଲ୍ଲାରୁ ୨୧୩ଜଣ, କଟକ ଜିଲ୍ଲାରୁ ୮୬୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬୨ଜଣ, ଗଜପତି ଜିଲ୍ଲାରୁ ୮୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୨ଜଣ, ଯାଜପୁର ଜିଲ୍ଲାରୁ ୩୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୭ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯୯ଜଣ, କନ୍ଧମାଳ ଜିଲ୍ଲାରୁ ୮୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ଜଣ, କୋରାପୁଟ ଜିଲ୍ଲାରୁ ୨୮୦ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୧ଜଣ, ନୟାଗଡ଼ ଜିଲ୍ଲାରୁ ୨୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୨୩୨ଜଣ, ପୁରୀ ଜିଲ୍ଲାରୁ ୩୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୦ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୭ଜଣ, ସୋନପୁର ଜିଲ୍ଲାରୁ ୨୫୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩ଜଣ , ଷ୍ଟେଟ୍ ପୁଲ୍ ରୁ ୨୪୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୪୪,୪୦୧ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ କଳାହାଣ୍ଡିରୁ ୩ ଜଣ , ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ବରଣ କରି ଛନ୍ତି । ସେହିପରି କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀ, କନ୍ଧମାଳ, କଟକ, ବଲାଙ୍ଗୀର, ବରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୪.୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୬୫୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଜନିତ ମୃତକଙ୍କ ସଂଖ୍ୟା ୨୩୭୮ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗରେ ୫୩ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୧୦୫୩୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୦୫୮୩୮୬ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ …

Leave a Reply

Your email address will not be published. Required fields are marked *