Wednesday , December 8 2021
Home / ରାଜନୀତି / ଅର୍ଥନୀତିକୁ ଦୁରୁପେଯାଗ କରାନଯାଉ-ଜନଶକ୍ତି ପାର୍ଟି

ଅର୍ଥନୀତିକୁ ଦୁରୁପେଯାଗ କରାନଯାଉ-ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)- କରୋନାର ଦ୍ୱିତୀୟ ଲହରୀ ଓଡିଶାର ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଚାଷୀକୁଳ ହତାଶ ହୋଇ ପରିବା ଅଦରଦରରେ ବିକି ପରିବାର ନିମନ୍ତେ ତେଲଲୁଣ ସଂଗ୍ରହ କରିବା ଦୁର୍ବିସହ ହୋଇପଡିଛି । ଦୁଗ୍ଧ ଚାଷୀଟି ଗାଈ ପାଇଁ ଦାନା କିଣି ପାରୁ ନାହିଁ । ଚା, ପାନ, ଜଳଖିଆ ଦୋକାନୀଙ୍କ ଭଳି କ୍ଷୁଦ୍ର ବ୍ୟବସାୟୀ ଚିନ୍ତାଗ୍ରସ୍ତ ହୋଇପଡିଥିବା ବେଳେ ମଜୁରୀଆଟି ମଜୁରୀ ଲାଗିବାକୁ ଯାଇପାରୁ ନାହିଁ । କୋର୍ଟ କଚେରୀ ବନ୍ଦ ହେତୁ ବୃତିିଧାରୀ ଓକିଲ, ମୋହରୀର ରୋଜଗାର ଶୁନ୍ୟ । ଗାଡି ଚାଳକ, ହେଲପର ଦି ମୁଠା ଦାନା ପାଇଁ ସଙ୍ଘର୍ଷ କରୁଥିବା ବେଳେ ଘରୋଇ କଳି ବ୍ୟାପୁଛି । ମାଛ. ମାଂସ ବେପାରୀ ନାହିଁ ନଥିବା ଅବସ୍ଥାରେ । ଖବର କାଗଜ ବୀତରକ, ସାମ୍ବାଦିକ ଦୁର୍ଦ୍ଧିନରେ କାଳାତିପାତ କରୁଥିବା ବେଳେ ଜନସାଧାରଣଙ୍କ ଠାରୁ ଆଦାୟ କୋଟି କୋଟି ଟଙ୍କାର ରାଜସ୍ୱ  ଟିକସର ବାଟମାରଣା ଯେପରି ନହୁଏ ସେଥିପ୍ରତି ସଜାଗ ରହିବାକୁ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ତଦାରଖ କରିବା ସହ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *