Wednesday , October 4 2023
Breaking News
Home / ବିଶେଷ / ଅଗ୍ନି ବିପନ୍ନ ପରିବାରକୁ ଭେଟିଲା ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ

ଅଗ୍ନି ବିପନ୍ନ ପରିବାରକୁ ଭେଟିଲା ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗଡରୋମିତ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ମତ୍ସ୍ୟଜୀବିଙ୍କ ପରିବାରର ୧୨ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ନଷ୍ଟ ହୋଇଯାଇଛି । ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନିର୍ଦେଶ କ୍ରମେ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ କ୍ଷତିଗ୍ରସ୍ତ ବିପନ୍ନ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସହଯୋଗର ହାତ ବଢାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ ସ୍ୱାଇଁ, ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଅଗ୍ନି ବିପନ୍ନ ମତ୍ସ୍ୟଜୀବି ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ତୁରନ୍ତ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବା ସହ ଜୀବିକା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ପ୍ରକୃତ ଗରୀବ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ଅପହ ହୋଇପଡିଛି । କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣ ଯୋଜନାରେ କୋଟି କୋଟି ଟଙ୍କା ଆସୁଥିଲେ ବି ବାସ୍ତବ କ୍ଷେତ୍ରରେ ଏହାର ରୂପାୟନର ଚିତ୍ର ଅତି ନଗଣ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କାଘର ଯୋଜନା କେବଳ ପ୍ରହସନ ହୋଇ ରହିଯାଇଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି ବୋଲି ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *