Monday , September 25 2023
Breaking News
Home / ବିଶେଷ / ସରକାରୀ ନିର୍ଦ୍ଧେଶନାମାକୁ କାର୍ଯ୍ୟକାରୀ କରୁନାହାଁନ୍ତ କର୍ତୃପକ୍ଷ

ସରକାରୀ ନିର୍ଦ୍ଧେଶନାମାକୁ କାର୍ଯ୍ୟକାରୀ କରୁନାହାଁନ୍ତ କର୍ତୃପକ୍ଷ

ଭୁବନେଶ୍ୱର,୧୮/୦୫/୨୦୨୧(ଓଡ଼ିଶା ସମାଚାର)-ଆଇନ ତା ବାଟରେ ଯିବ ମୁଖ୍ୟମନ୍ତ୍ରୀ ବାରମ୍ବାର ଦୋହରାଉଥିବା ସମସ୍ତେ ଜାଣନ୍ତି । ଚାକିରିଆଙ୍କ କ୍ଷେତ୍ରରେ ଅନେକ ଆଇନ କେବଳ ବଡ଼ବଡ଼ିଆଙ୍କ ଉନ୍ନତି ପାଇଁ ସମୟ ମୁତାବକ କାର୍ଯ୍ୟକାରୀ ହୁଏ । ତଳିଆ କର୍ମଚାରୀମାନଙ୍କ ପାଇଁ ତାହା ଲାଗୁ ହେବା ଦୂରୁହ ବ୍ୟାପାର । ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ପଦୋନ୍ନତି, ବଦଳି, ବିଭିନ୍ନ ଅଭିବୃଦ୍ଧିର ମଞ୍ଜୁର, ବାର୍ଷିକ, ଦ୍ୱିବାର୍ଷିକ କାର୍ଯ୍ୟ ବଂଟନ, ସରକାରୀ ନିଯୁକ୍ତି କ୍ଷେତ୍ର ଭଳି ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗ ଚିଠି ସଂଖ୍ୟା ୩୭୮୩୫ ତା ୨୯.୧୨.୨୦୧୮ ମସିହାରେ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ବିଭିନ୍ନ କ୍ୟାଡ଼ରରେ ପୁନଃଗଠନ ନିୟମ ତଳିଆ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ କରିବାରେ ବିଭିନ୍ନ ବିଭାଗୀୟ କର୍ତୃପକ୍ଷ ଅତ୍ୟନ୍ତ ଉଦାସୀନ ମନୋଭାବ ପୋଷଣ କରିବା ଫଳରେ ଘୋଷିତ ଆଇନର ସୁଫଳ କର୍ମଚାରୀମାନେ ନ ପାଇ ଅବସର ନେଇ ଚାଲିଯାଉଛନ୍ତି । ରାଜ୍ୟରେ କାୟାବିସ୍ତାର କରିଥିବା କରୋନା ମହାମାରୀ କାଳରେ ମଧ୍ୟ ନିୟମିତ କାର୍ଯ୍ୟ କରିଚାଲିଥିବା (ଯଦିଓ କରୋନା ଯୋଦ୍ଧା ଘୋଷିତ ହୋଇନାହାଁନ୍ତି) ଟ୍ରେଜେରୀ କର୍ମଚାରୀ, ବିଭିନ୍ନ ଇଞ୍ଜିନିୟରିଂ କାର୍ଯ୍ୟାଳୟରେ କାର୍ଯ୍ୟରତ ଗ୍ରୁପ୍ ‘ଗ’ ଓ ‘ଘ’ କର୍ମଚାରୀମାନଙ୍କ କ୍ଷେତ୍ରରେ ଏହା ସାତସପନ ହୋଇ ରହିଆସିଅଛି । ହଜାର ହଜାର କର୍ମଚାରୀ ଅବସାଦଗ୍ରସ୍ତ ମନରେ ଅବସର ଗ୍ରହଣ କରି ଯାଉଛନ୍ତି । ଫଳରେ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ଅଧିକ ବିଳମ୍ବ ହେବାକୁ ନଦେଇ ସରକାର ଏହି କ୍ୟାଡ଼ର ପୁନଃଗଠନ ଆଇନ କାର୍ଯ୍ୟ କରିବାକୁ ତୁରନ୍ତ ଦୃଷ୍ଟି ଦେଇ କ୍ୟାଡ଼ର ପୁନଃଗଠନ ହୋଇନଥିବା ଓ ପୁନଃଗଠନ ଅନୁଯାୟୀ ପଦୋନ୍ନତି ବ୍ୟବସ୍ଥାକୁ ଠିକ୍ ସମୟରେ କାର୍ଯ୍ୟକାରୀ ନ କରୁଥିବା କର୍ତୃପକ୍ଷଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟରେ ଅବହେଳା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ଅବମାନନା କରୁଥିବା କାରଣରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପ୍ରକୃତ ଆଇନ ଅବଜ୍ଞାକାରୀ ଠକମାନେ ଧରାପଡ଼ନ୍ତେ । ଫଳତଃ ଲକ୍ଷ ଲକ୍ଷ କର୍ମଚାରୀ ସରକାରୀ ଘୋଷିତ ଆଇନର ସୁଫଳ ପାଇପାରନ୍ତେ ଓ ‘ଆଇନ ତା ବାଟରେ ଯିବା’ କଥା ସାକାର ହୁଅନ୍ତା ବୋଲି ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ରାଉତରାୟ, ଉପାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ନାୟକ, ମହାସଚିବ ହୃଷୀକେଶ ମହାପାତ୍ର, ଅର୍ଥ ସଚିବ ହିମାଂଶୁ ଶେଖର ସୁବୁଦ୍ଧି ଓ ମୁଖ୍ୟାଳୟ ସଚିବ ପ୍ରଭାତ କୁମାର ପରିଡ଼ା ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *