Saturday , December 10 2022
Home / ବିଶେଷ / ଯୁବ କଂଗ୍ରେସ ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଯୁବ କଂଗ୍ରେସ ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଜୁନାଗଡ଼, ୧୮/୦୫/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)-କରୋନା ମହାମାରୀ କୁ ରୋକ ଲଗାଇବା  ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଜାରି ରହିଥିବାବେଳେ ପୁଣି ଆଉ ୧୪ ଦିନ ଲକ ଡ଼ାଉନ୍ ଘୋଷଣା କରାଯାଇଛି। ଏଥି ସହିତ  ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିଛି। ଏହି ସମୟରେ ଗରିବ ଖଟିଖିଆ ଓ ଦିନ ମଜୁରିଆ ସଂକଟ ମଧ୍ୟଦେଇ ଗତି କରୁଛନ୍ତି। ଠିକ୍ ଭାବରେ କାମଧନ୍ଦା ମିଳିପାରୁନଥିବାରୁ ଅନ୍ନ କଷ୍ଟ ଦେଖାଦେଇଛି ଏହାକୁ ଦୃଷ୍ଟିରେ ରଖି ଯୁବ କଂଗ୍ରେସ ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ଵରେ ଦଳୀୟ କର୍ମକର୍ତ୍ତା ମାନେ ଜୁନାଗଡ଼ ଅସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଜୁନାଗଡ଼ ରାସ୍ତା କଡ଼ରେ ଥିବା ଅସହାୟ, ଦିନ ମଜୁରିଆ ଓ ଭୂମିହୀନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହାକୁ ନେଇ ଜୁନାଗଡ଼ କଂଗ୍ରେସର ସମସ୍ତ କର୍ମୀ ମାନଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ଉକ୍ତ ସେବା କାର୍ୟ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଜୁନାଗଡ଼ ଦ୍ଭବମ ସଭାପତି ପ୍ରଭାତ ଦାସ ,  ଶ୍ରୀକାନ୍ତ ଯାଦବ, ଆକାଶ ସୁନାନୀ, କୁମୁଦ ଗହିର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.