Tuesday , October 3 2023
Breaking News
Home / ବିଶେଷ / ନିରଞ୍ଜନ ସାରଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ନିରଞ୍ଜନ ସାରଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୮/୦୫/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ଶିକ୍ଷାବିତ, ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସ୍ୱର୍ଗତ ନିରଞ୍ଜନ ଜେନାଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ସଭା ଗୃହରେ କୋଭିଡ ଆଇନ ଅନୁପାଳନ ପୂର୍ବକ ସୀମିତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବୈଷ୍ଣବ ଚରଣ ସ୍ୱାଇଁଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବିକାଶ ସାମ୍ମୁଖୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ବରିଷ୍ଠ ଶିକ୍ଷକ ନେତା ଦିବାକର ଜେନା, ଆଦିକନ୍ଦ ରାଉଳ, ରମଣୀରଞ୍ଜନ ରାଉତରାୟ, ଭାଗୀରଥି ଜେନା, ପଣ୍ଡିତ ପ୍ରତାପ ପତି, ନୃସିଂହ ଚରଣ ତ୍ରିପାଠୀ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ବଳରାମ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କୁ ଜଣେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱ ରୂପେ ଅଭିହିତ କରି ଶ୍ରଦ୍ଧାବାଣୀ ଅର୍ପଣ କରିଥିଲେ । ସମଗ୍ର ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ସ୍ତରର ବିକାଶ କ୍ଷେତ୍ରରେ ,ବିଶେଷ କରି ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ତାଙ୍କର ସୃଜନଶୀଳ ଉଦ୍ୟମ ନିମନ୍ତେ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଥିବା ସ୍ୱର୍ଗତ ଜେନା ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଅତ୍ୟନ୍ତ ଶ୍ରଦ୍ଧାଭାଜନ ଥିଲେ । ଏଥିସହିତ ଜିଲ୍ଲାରେ ଶିକ୍ଷକ ମହାସଙ୍ଘ, ଓଷ୍ଟା, ଚେତନା ସମାଜ, ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦ, ଜିଲ୍ଲା ବିକାଶ ସାମ୍ମୁଖ୍ୟ, ମେଡିକାଲ କଲେଜ କ୍ରୀୟାନୁଷ୍ଠାନ କମିଟି ଆଦି ସାଂଗଠନିକ କାର୍ଯ୍ୟ ସମେତ ନିଜ ଅଂଚଳରେ ଶିକ୍ଷାର ବିକାଶ ନିମନ୍ତେ ତୁଣୁପୁର ଉଚ୍ଚ ବିଦ୍ୟାଳୟ, ବଟବାବା ସଂସ୍କୃତ ମହାବିଦ୍ୟାଳୟ, ଶିଶୁ ବିହାର ପ୍ରଭୃତି ଅନେକ ଶିକ୍ଷାନୁଷ୍ଠାନ ଗଠନରେ ତାଙ୍କର ପ୍ରମୁଖ ଭୂମିକା ପାଇଁ ସେ ବହୁ ବର୍ଷ ଧରି ସାଧାରଣରେ ସ୍ମରଣୀୟ ହୋଇ ରହିବେ । ତାଙ୍କର ଆକସ୍ମିକ ଦେହାନ୍ତ ଜିଲ୍ଲାର ଶୈକ୍ଷିକ, ସାମାଜିକ ଓ ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଏକ ଶୁନ୍ୟସ୍ଥାନ ସୃଷ୍ଟି କଲା ବୋଲି ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *