ଭୁବନେଶ୍ୱର,୧୮/୦୫/୨୦୨୧(ଓଡ଼ିଶା ସମାଚାର)- ଜୁନ୍ ପହିଲା ଯାଏ ଓଡ଼ିଶା ରେ ଲକ୍ ଡ଼ାଉନ୍ ବଢ଼ିଲା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ବାର୍ତ୍ତାରେ ଘୋଷଣା କରିଛନ୍ତି ।
ସୂଚନାନୁସାରେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେଁ ୫ରୁ ମେଁ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ଦୋକାନ, ବଜାର, ସପିଂ ମଲ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ କଟକଣାରୁ ଜରୁରୀକାଳିନ ସେବା ଓ ସେବା ଯୋଗାଉଥିବା କର୍ମଚାରୀଙ୍କୁ ବାଦ୍ ଦିଆଯାଇଥିଲା । ଏବେ କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ଚାଲି ଚାଲି ଯାଇ କିଣାକିଣି କରିପାରିବେ ।ବାହାଘର ରେ ପୂର୍ବରୁ ୫୦ ଜଣ ଯାଏ ଅନୁମତି ମିଳିଥିଲା । ଏବେ ୨୫ ଜଣ ମଧ୍ୟରେ ସିମିତ ରଖାଯାଇଛି । ବାହାଘର, ବ୍ରତଘର ଏବଂ ଶୁଦ୍ଧି କ୍ରିୟାରେ କେହି ଭୋଜିଭାତ ଖାଇବାକୁ ଦେଇପାରିବେ ନାହିଁ । ଖାଦ୍ୟ ପ୍ୟାକିଙ୍ଗ କରି ଦେଇ ପାରିବେ । ଶନିବାର ଓ ରବିବାର ସପ୍ତାହନ୍ତ ସଟ ଡ଼ାଉନ୍ ଜାରି ରହିବ । ଏହି ଲକ ଡ଼ାଉନ ସମୟରେ ପରିବହନ ସେବା ଚାଲୁ ରହିବ । ଓଡ଼ିଶା ସମାଚାର