Tuesday , March 28 2023
Breaking News
Home / ବିଶେଷ / ଗ୍ରାମାଂଚଳରେ ପ୍ରଶାସନ ଓ ପୋଲିସ ନିଷ୍କ୍ରିୟ : କରୋନା ସଂଙ୍କ୍ରମଣ ବୃଦ୍ଧି ପାଉଛି

ଗ୍ରାମାଂଚଳରେ ପ୍ରଶାସନ ଓ ପୋଲିସ ନିଷ୍କ୍ରିୟ : କରୋନା ସଂଙ୍କ୍ରମଣ ବୃଦ୍ଧି ପାଉଛି

ଭୁବନେଶ୍ୱର, ୧୮/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂଙ୍କ୍ରମଣ ର ସ୍ଥିତି ସଙ୍ଗୀନ । ଏହା ଉପରେ ଲଗାମ ଲଗାଇବାକୁ ସରକାର ରାଜ୍ୟ ରେ ପ୍ରଥମ ଦଫାରେ ଗତ ୫ ତାରିଖରେ ୧୪ ଦିନିଆ ଲକ ଡ଼ାଉନ ଘୋଷଣା କରିଥିଲେ । ଆଜି ପୁଣି ଆଉ ଥରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ଜୁନ୍ ପହିଲା ପର୍ଯ୍ୟନ୍ତ ଲକ ଡ଼ାଉନ୍ କୁ ବଢ଼ାଇ ଦିଆଯାଇଛି । ଏହାର ସୁଫଳ କେବଳ ସହରାଂଚଳରେ ମିଳିବ କିନ୍ତୁ ଏହାର କୌଣସି ସୁଫଳ ଗ୍ରାମାଂଚଳରେ ମିଳିବ ନାହିଁ । କାରଣ ଗ୍ରାମାଂଚଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନିଷ୍କ୍ରିୟ । ଏକଥା ଆମେ ବିଭିନ୍ନ ଅଂଚଳରୁ ଖ ବର ନେବା ପରେ ପ୍ରକାଶ କରୁଛୁ । କେବଳ ସହରାଂଚଳରେ ପ୍ରଶାସନ ଓ ପୋଲିସ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । କେହି କୋଭିଡ଼ ଆଇନ ଭଙ୍ଗ କଲେ ଜୋରିମାନା ଆଦାୟ କରୁଛନ୍ତି , ଦୋକାନ ସିଲ କରୁଛନ୍ତି । ଲୋକଙ୍କ ଗାଡ଼ି ଜବତ କରୁଛନ୍ତି , ଅମାନିଆଙ୍କୁ ଗିରଫ ମଧ୍ୟ କରୁଛନ୍ତି । ହେଲେ ଗ୍ରାମାଂଚଳରେ ପ୍ରଶାସନ ଓ ପୋଲିସ ନିଷ୍କ୍ରିୟ । ଲକ ଡ଼ାଉନ ସମୟରେ ଚାଲି ଚାଲି ଯାଇ ଅତ୍ୟାବଶ୍ୟକ ଜିନିଷ, କିଣା କିଣି କରିବାକୁ ଅନୁମତି ଦେଇଛନ୍ତି । ହେଲେ ଗ୍ରାମାଂଚଳରେ ଲୋକେ ପୂର୍ବ ଭଳି ଗାଡ଼ି ରେ ଯାଇ ଜିନିଷ କିଣୁଛନ୍ତି । ସରକାର କହିଲେ ଦୈନିକ ହାଟ, ସାପ୍ତାହିକ ହାଟ ବନ୍ଦ ହେଲେ ହାଟ ର ନୂଆ ରୂପ ରାସ୍ତା ଉପରେ ହାଟ । ଯେଉଁ ଭିଡ଼ କୁ ସେହି ଭିଡ଼ । କେବଳ କଣ ନା ହାଟ ବନ୍ଦ । ଥାନା ସମ୍ମୁଖ ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଦୁଇ ଚକିଆ ଯାନରେ ଲୋକେ କାମ ନଥାଇ ଚଳା ଚଳ କରୁଛନ୍ତି ହେଲେ ପୋଲିସ ସବୁ ଜାଣି ଦଜାଣିବା ପରି ରହୁଛି । ଗୋଟିଏ ବଜାରରେ ଜଣେ ଦୁଇ ଜଣ ହୋମ ଗାର୍ଡ଼ ପଇଁତରା ମାରୁଛନ୍ତି , ହେଲେ ଖାଲି କଣ ନା ପୋଲିସ ଡ଼୍ୟୁଟି କରୁଛି । ତାହାର କୌଣସି ଲାଭ ନାହିଁ । ଯେଉଁ ଦୋକାନ ଖୋଲିବାକୁ ଅନୁମତି ନାହିଁ, ସେହି ସବୁ ଦୋକାନ ସଟର ପକାଇ ଭିତରେ ବେପାର କରୁଛନ୍ତି । ବାହାରେ ଦେଖାଯାଉଛି ଦୋକାନ ବନ୍ଦ । ଗତ ବର୍ଷ ଲକ ଡ଼ାଉନ ସମୟରେ ଲୋକମାନେ ପୋଲିସ ଭୟରେ ଘରୁ ବାହାରୁନଥିଲେ ହେଲେ ଏବେ ପୋଲିସ ର ନିଷ୍କ୍ରିୟତାକୁ ନେଇ ଲୋକମାନେ ପୂର୍ବ ଭଳି ମାସ୍କ ନ ପିନ୍ଧି ଦୁଇ ଚକିଆ ଯାନରେ ମନ ଇକ୍ତା ଚଳ ପ୍ରଚଳ ହେଉଛନ୍ତି । ସରକାର କହିଲେ ଘର ଠାରୁ ୫୦୦ ମବିଟର ଭିତରେ ଚାଲି ଚାଲି ପରିବା ପତ୍ର କିଣିବେ ହେଲେ ସମସ୍ତ କ୍ରେତା ଓ ବିକ୍ରେତା ଗାଡ଼ି ମଟରରେ ଦୌଡ଼ୁଛନ୍ତି ହାଟକୁ । ପରିବା ବେପାରୀମାନେ ହାଟକୁ ନଯାଇ ସାଇକେଲ ରେ ଗାଁ କୁ ଗାଁ ବୁଲି ବିକ୍ରି କରନ୍ତେ ତେବେ ପରିବା ପାଇଁ ଆଉ ଭିଡ଼ ହୁଅନ୍ତା ନାହିଁ ହେଲେ ହାଟ ମଧ୍ୟରେ ହାଟ ନବସି ହାଟ ବସୁଛି ରାସ୍ତା ଉପରେ । ପୁଣି ଦୁଇ ବେପାରୀ ମଧ୍ୟରେ କୌଣସି ଦୂରତା ନାହିଁ । ଗାଁ ମାନଙ୍କରେ ଏକୋଊସିଆ, ଶୋଳ ପୂଜା, ଜନ୍ମ ଦିନ, ଯଜ୍ଞ, ଅଷ୍ଟମ ପ୍ରହରୀ , ବାହାଘର , ଶୁଦ୍ଧି ଘର ରେ ବହୁ ଲୋକଙ୍କ ପାଇଁ ଭୋଜିଭାତ ଖିଆ ପିଆ ହେଉଛି । ତାହାକୁ ଯାଂଚ କରିବାକୁ କେହି ନାହିଁ କେବଳ କେହି ବିବାଦିଆ ଥିଲେ ସେମାନେ ହିଁ ଫୋନ୍ କରି ଜଣାଇଦେଉଛନ୍ତି । ପୋଲିସ କିମ୍ବା ପ୍ରଶାସନ ଆପେ ଆପେ କୌଣସି ଭୋଜି ଉପରେ ଚଢ଼ାଉ କରିବାର ନଜିର ନାହିଁ । ତାହା କେବଳ ସହର ରେ ହେଉଛି । ଏହି ସବୁ କାରଣରୁ ଗ୍ରାମାଂଚଳରେ ଅଧିକ ପୋଲିସ ମୁତୟନ କରିବା ସହିତ ନିଷ୍କ୍ରିୟ ପ୍ରଶାସନ ଓ ପୋଲିସ କୁ ସକ୍ରିୟ କରାଯିବା ଆବଶ୍ୟକ । ତାହାଲେ ଯାଇ ଗ୍ରାମାଂଚଳରେ କରୋନା ସଂଙ୍କ୍ରମଣ କମିବ । ଓଡ଼ିଶା ସମାଚାର

Leave a Reply

Your email address will not be published.