କେନ୍ଦ୍ରାପଡ଼ା,୧୮/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର୧୬୨ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୯ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୫, ଗରଦପୁର ବ୍ଲକରେ ୩, କେନ୍ଦ୍ରାପଡା ବ୍ଲକରେ ୨୪, ମହାକାଳପଡା ବ୍ଲକରେ ୧୧, ମାର୍ଶାଘାଇ ବ୍ଲକରେ ୧୯ , ପଟ୍ଟାମୁଣ୍ଡାଇ ବ୍ଲକରେ ୨୩, ରାଜକନିକା ବ୍ଲକରେ ୯, ରାଜନଗର ବ୍ଲକରେ ୧୯ ଏବଂ କେନ୍ଦ୍ରାପଡା ପୌରାଂଚଳରେ ୧୭ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର