Tuesday , October 3 2023
Breaking News
Home / ବିଶେଷ / କଲ୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆସାକର୍ମୀ ଙ୍କ ଦାବି ପତ୍ର ପ୍ରଦାନ

କଲ୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆସାକର୍ମୀ ଙ୍କ ଦାବି ପତ୍ର ପ୍ରଦାନ

କଳାହାଣ୍ଡି , ୧୮/୦୫/୨୦୨୧(ଓଡ଼ିଶା ସମାଚାର/ସଞ୍ଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ବ୍ଲକ ଆସା କର୍ମୀ ସଂଘ ର ସଭାନେତ୍ରୀ ବବିତା ସାହୁ ସଂପାଦକ ସେହ୍ନଲତା ସାହୁ ଙ୍କ ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଆସା କର୍ମୀ ଙ୍କ ଉପସ୍ଥିତ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟ ଦର୍ଶିନି ମିର୍ଦ୍ଧା ବ୍ଲକ ଚେୟାରମେନ ଅରବିନ୍ଦ ଚୋଉଧରି ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରକାଶ ଥାଉ କି ଗତ ବର୍ଷ ମଧ୍ୟ ରେ କରୋନା ପରି ମାରାତ୍ମକ ମହାମାରୀ ବ୍ୟାପୀ ଚାଲିଥିବା ବେଳେ ଘରଘର ବୁଲି ସର୍ଭେ କରିବା , ଟିଏମସି ଜଗିବା , ହୋମ୍ ଆଇସୁଲେସନ ରେ ରହିବାକୁ ପ୍ରବାସି ଙ୍କୁ ପ୍ରବର୍ତ୍ତାଇବା ପରି ଦାୟିତ୍ବ ରେ କାର୍ୟ୍ୟ କରିଥିଲେ । କିନ୍ତୁ ଏଥିପାଇଁ ସେମାନ ଙ୍କୁ ସ୍ଵତନ୍ତ୍ର ତାଲିମ ଦିଆଯାଇ ନାହିଁ। ପୁଣି ଜୀବନ କୁ ବାଜି ଲଗାଇ ସେମାନେ କାର୍ୟ୍ୟ କରୁଥିଲେ ମଧ୍ୟ ତାଙ୍କର ଜୀବନ ବିମା ନାହିଁ।କି ସ୍ଥାୟୀ ଦରମା ବ୍ୟବସ୍ଥା ନାହିଁ ଓ ସରକାର ଙ୍କର ସ୍ବାସ୍ଥ୍ୟ ବିଭାଗର ପ୍ରତିଟି କାର୍ୟ୍ୟ କାରି ଆସୁ ଥିବାବେଳେ ଆସା କର୍ମୀ ଙ୍କ ସମସ୍ୟା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଉପଯୁକ୍ତ ବିଚାର କରୁଛନ୍ତି।କାମ ଅନୁଯାୟୀ ଦରମା ନାହିଁ କି ଜିବନ ମଧ୍ୟ ସୁରକ୍ଷିତ ନାହିଁ ବୋଲି ସଂଘ ର ସଭାନେତ୍ରୀ କହିଛନ୍ତି । ଏଣୁ ସରକାର ଆସା କର୍ମୀ ସଂଘ ର ଦାବି ନ ମାନିବା ଯାଏଁ ସେମାନେ କରୋନା ଜନିତ ଡିୟୁଟି କରିବୁ ନାହିଁ ବୋଲି ବ୍ଲକ ପ୍ରସାସନ କୁ ଚେତାବନୀ ଦେଇଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *