Friday , September 29 2023
Breaking News
Home / ବିଶେଷ / ଓଡ଼ିଶା ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତିର ନୂତନ କର୍ମକର୍ତାଙ୍କୁ ସରକାରୀ ଅନୁମୋଦନ

ଓଡ଼ିଶା ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତିର ନୂତନ କର୍ମକର୍ତାଙ୍କୁ ସରକାରୀ ଅନୁମୋଦନ

ଭୁବନେଶ୍ୱର,୧୮/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୧୯.୪.୨୦୨୧ରିଖ ଦିନ ଉତ୍କଳ ସାମ୍ବାଦିକ ଭବନରେ ଓଡ଼ିଶା ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତିର ଏକ ସାଧାରଣ ସଭା ଭର୍ଚୁଆଲ ମୋଡ଼ରେ କୋଭିଡ଼ କଟକଣା ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭା ପ୍ରସ୍ତୁତ କମିଟି ବୈଠକରେ ଅଧ୍ୟକ୍ଷ ବିଶିଷ୍ଟ ଶ୍ରମିନେତା ଶ୍ରୀ ସୁରେଶ କୁମାର ରାଉତରାୟ ପୌରହିତ୍ୟ କରିଥିଲେ । ବିଶିଷ୍ଟ ଶ୍ରମିକନେତା ତଥା ମାନ୍ୟବର ସାଂସଦ ଶ୍ରୀ ସୁବାସ ସିଂ ଏହି ସଭାରେ ଉଦଘାଟକ ଓ ମୁଖ୍ୟ ଅତିଥି ଥିବାବେଳେ, ସ୍ୱନାମଧନ୍ୟ ପ୍ରାକ୍ତନ କର୍ମଚାରୀ ନେତା ଶ୍ରୀଯୁକ୍ତ ଦୁର୍ଗା ଚରଣ ନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଓ ପ୍ରାକ୍ତନ କର୍ମଚାରୀ ନେତା ଶ୍ରୀ ପ୍ରଦୀପ୍ତ ଦାସ ସମ୍ମାନିତ ଅତିଥି ଏବଂ କର୍ମଚାରୀ ସଂଗ୍ରାମ ସମିତିର ବରିଷ୍ଠ ସଂଗଠକ ତଥା କାର୍ଯ୍ୟକାରୀ ମହାସଚିବ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲ ସଭାରେ ଉପସ୍ଥିତ ଥିଲେ ।
ଶ୍ରୀମତୀ ନିର୍ମଳା ଧଳଙ୍କ ଅଧ୍ୟକ୍ଷତାରେ ଶ୍ରୀଯୁକ୍ତ ମଧୁସୂଦନ ଯାଦବ ସଦସ୍ୟ ଥାଇ, ଏକ ନର୍ବାଚନୀ କମିଶନ ଗଠନ କରାଯାଇ ଆଗାମୀ ତିନିବର୍ଷ ପାଇଁ ଏକ କାର୍ଯ୍ୟକାରୀ କମିଟି ନିର୍ବାଚିତ ହୋଇଥିଲା ଏବଂ ଏହା ସହିତ ବିଭିନ୍ନ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ସଦସ୍ୟ/ସଦସ୍ୟାଙ୍କୁ ନେଇ ୨୧ଜଣିଆ କର୍ମକର୍ତା ଓ ୭୧ଜଣିଆ କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିଲା ।
ନିର୍ବାଚନ କମିଶନଙ୍କ ପ୍ରଦ ସୁପାରିଶ ଆଧାରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଗୃହ ବିଭାଗ ପତ୍ରାଙ୍କ ସଂଖ୍ୟା ୧୮୫୨୫ ତା ୧୨.୦୫.୨୦୨୧ରିଖ ଦ୍ୱାରା ଅନୁମୋଦନ ପ୍ରଦାନ କରିଥିବାରୁ କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି । ଆଶା କରାଯାଇଛି କି, ସରକାର ତୁରନ୍ତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଜରିଆରେ ପୁଞ୍ଜିଭୂତ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବେ ।
ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସିଂହଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ସଂଗ୍ରାମ ସମିତି ପ୍ରତି ସଦିଚ୍ଛା ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାଉତରାୟ ଓ ମହାସଚିବ ଶ୍ରୀଯୁକ୍ତ ହୃଷିକେଶ ମହାପାତ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *