Thursday , December 2 2021
Breaking News
Home / ସ୍ୱାସ୍ଥ୍ୟ / ଆଜି ୬୫୦ଜଣଙ୍କୁ ଟିକା ପ୍ରଦାନ

ଆଜି ୬୫୦ଜଣଙ୍କୁ ଟିକା ପ୍ରଦାନ

ଗରଦପୁର, ୧୮/୦୫/୨୦୨୧(ଓଡ଼ିଶା ସମାଚାର)-କୋଭିଡ୍ ଟିକା ନେବା ପାଇଁ ବିଭିନ୍ନ ଟିକାକରଣ କେନ୍ଦ୍ରମାନଙ୍କରେ ଲୋକମାନଙ୍କର ଭିଡ ଜମିଥିବାର ଦେଖାଯାଇଛି । ଟିକା ନେବା ପାଇଁ ଲୋକମାନେ ଭୋର ସମୟରୁ ଆସି ବିଭିନ୍ନ ଟିକାକରଣ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି କରି ଠିଆ ହୋଇଥିବା ଦେଖାଯାଇଥିଲା । ଲମ୍ବା ଧାଡିରେ ଥିବା ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ଆଦୌ ରହୁ ନଥିବାର ଦେଖାଯାଇଛି । ଟିକା ନେବା ପାଇଁ ଧାଡ଼ିରେ ଆଗରେ ରହିବା ପାଇଁ ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେବା ଦେଖାଯାଇଛି । ପ୍ରକାଶ ଯେ, ୪୫ବର୍ଷରୁ ଉଦ୍ଧ୍ୱର୍ ଲୋକମାନଙ୍କ ପାଇଁ ଆଜି ୧ମ ପର୍ଯ୍ୟାୟ ଟିକା କରଣ କରାଯାଇଥିଲା । ପାଟକୁରା ମେଡିକାଲ ପକ୍ଷରୁ ପାଟକୁରା ମିନି ଷ୍ଟାଡିଅମରେ ଟିକା ଗ୍ରହଣ କେନ୍ଦ୍ର କରାଯାଇ ମୋଟ ୨୦୦ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ମାତ୍ର ଟିକା ନଥିବାରୁ ଅନେକ ଲୋକ ଏହି ଟିକା ନନେଇ ଫେରିଯାଇଥିବାର ଅଭିଯୋଗ ହୋଇଛି । ପାଟକୁରା ମେଡିକାଲ ପକ୍ଷରୁ ଆଜି ଗରଦପୁର ନୂତନ ପ୍ରାଥମିକ ସ୍ୱାସ୍ୟ୍ଥ୍ର କେନ୍ଦ୍ରରେ ୧୦୦ ଜଣ, କୋରୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୦୦ଜଣ.ମଧୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୧୦୦ ଜଣ ଓ ତେଣ୍ଡାକୁଢା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୫୦ ଜଣ ମୋଟ ୬୫୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଅଂଚଳର ୪୫ବର୍ଷରୁ ଉଦ୍ଧ୍ୱର୍ଲୋକମାନଙ୍କୁ ପ୍ରଥମ ପାନ ଟିକା ପ୍ରଦାନ କରାଯାଇଥିବା ପାଟକୁରା ମେଡିକାଲର ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ପ୍ରକାଶ କରିଛନ୍ତି । ସେହିପରି ଆଜି ଏହି ଅଂଚଳରୁ ୭ଜଣଙ୍କ କରୋନା ପଜିଟିଭ ଆସିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ମଇଁ ମାସ ୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ଅଂଚଳରେ ମୋଟ ୧୩୪ଜଣଙ୍କର କରୋନା ପଜିଟିଭ ବାହାରି ଥିବାବେଳେ,ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ନିଜ ଘରେ ରହୁଥିବା ଡାକ୍ତର ଷଢଙ୍ଗି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୯୭ କରୋନା ସଂକ୍ରମିତ ଚିହ୍ନଟ , ୨୫ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *