ଭୁବନେଶ୍ୱର,୧୮/୦୫/୨୦୨୧(ଓଡ଼ିଶା ସମାଚାର)- ଦୈନିକ ନୂତନ ସଂଙ୍କ୍ରମଣ ସଂଖ୍ୟା ୧୦ ହଜାରରୁ କମୁନି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦,୩୨୧ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫,୭୭୯ ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୪୫୪୨ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୭୧ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୯ଜଣ, ବରଗଡ଼ ଜିଲ୍ଲାରୁ ୩୨୦ଜଣ, ଭଦ୍ରକ ଜିଲ୍ଲାରୁ ୩୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୧ଜଣ, ବୌଦ୍ଧ ଜିଲ୍ଲାରୁ ୨୫୦ଜଣ, କଟକ ଜିଲ୍ଲାରୁ ୭୩୧ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୭ଜଣ, ଗଜପତି ଜିଲ୍ଲାରୁ ୫୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୯ଜଣ, ଯାଜପୁର ଜିଲ୍ଲାରୁ ୩୩୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୫୯୯ଜଣ, କନ୍ଧମାଳ ଜିଲ୍ଲାରୁ ୫୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬୨ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୬୬ଜଣ, କୋରାପୁଟ ଜିଲ୍ଲାରୁ ୩୩୮ଜଣ, ମାଲକାନଗିରି ଜିଲ୍ଲାରୁ ୭୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୫୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୪ଜଣ, ନୟାଗଡ଼ ଜିଲ୍ଲାରୁ ୨୭୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୪୫ଜଣ, ପୁରୀ ଜିଲ୍ଲାରୁ ୪୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୩ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୫ଜଣ, ସୋନପୁର ଜିଲ୍ଲାରୁ ୭୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୧୯ଜଣ, ଷ୍ଟେଟ୍ ପୁଲ୍ ରୁ ୨୪୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୩୩୦୨ କୁ ବୃଦ୍ଧି ପାଇଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ବୌଦ୍ଧ, କଳାହାଣ୍ଡି,ଖୋର୍ଦ୍ଧା, ନୂଆପଡ଼ା , ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଜପତି , କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୩୩୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୬୩୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଜନିତ ମୃତକଙ୍କ ସଂଖ୍ୟା ୨୩୫୭ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗରେ ୫୩ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୧୦୪୫୩୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୯୯୭୮୭୬ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର