Saturday , March 25 2023
Breaking News
Home / ବିଶେଷ / ୯୮ବର୍ଷ ବୟସରେ ଅବହେଳିତ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି

୯୮ବର୍ଷ ବୟସରେ ଅବହେଳିତ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି

କେନ୍ଦ୍ରାପଡ଼ା, ୧୭/୦୫/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଜୀବନ ଜୀଉଁଛନ୍ତି । ୯୮ବର୍ଷ ବୟସରେ ପହଂଚିଥିବା ଶ୍ରୀ ମୁଦୁଲିଙ୍କ ପାଇଁ କୌଣସି ସରକାରୀ ସହାୟତା ଅପହଂଚ ହୋଇପଡିଛି । ଦେଶ ସ୍ୱାଧୀନ ହେବାର ୭୪ବର୍ଷ ପରେବି ଏକ ଭଙ୍ଗା ନୁଅାଁଣିଆ ଚାଳଛପର ଘରେ ପ୍ରବଳ ଗ୍ରୀଷ୍ମ ପ୍ରବାହ,ଶୀତ,କାକର,ଖରାକୁ ଭୁକ୍ଷେପ ନକରି ଜୀବନ ବିତାଉଛନ୍ତି ସେହି ମହାନ ସଂଗ୍ରାମୀ ଶ୍ରୀ ମୁଦୁଲି । ଦେଶ ଓ ଦେଶବାସୀଙ୍କ ପାଇଁ ଦୁର୍ଦଶ ବ୍ରିଟିଶ ବିରୋଧରେ ଲଢି ନିର୍ଯ୍ୟାତନାର ଶୀକାର ହେବା ସହ କାରାବରଣ କରିଥିବା ଶ୍ରୀ ମୁଦୁଲିଙ୍କ କଥା ନା ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ ଯେମିତି ଭୁଲିଯାଇଛି । ଆଜିବି ପରିଣତ ବୟସରେ ସେ ଚିର ଅବହେଳିତ,ନଷ୍ପେସିତ ଓ ଅବାଂଛିତ ଅବସ୍ଥାରେ ନିଜର ଜୀବନ ବିତାଉଥିବା ଦେଖିବାକୁ ମିଳିଛି । କେବଳ ସଂଗ୍ରାମୀ ଭତା ବ୍ୟତିତ ଅନ୍ୟ କିଛି ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ ପାଲଟିଛି । କରୋନା ମହାମାରୀର ଦ୍ୱିତୀୟ ଲହରର କୋପ ବଢି ଚାଲିଥିବା ବେଳେ ତାଙ୍କ ପାଖରେ ମାସ୍କ,ସାନିଟାଇଜର ପହଁଂଚିିବା ତ ଦୁରର କଥା ତାଙ୍କୁ କୋଭିଡ ଟୀକା ଦେବାର ବ୍ୟବସ୍ଥା କରାଯିବାକୁ ଭୁଲିଯାଇଛି ଜିଲ୍ଲା ପ୍ରଶାସନ । ଏଭଳି ସମୟରେ ତାଙ୍କ ପାଖରେ ପହଂଚି ତାଙ୍କୁ ମାସ୍କ,ସାନିଟାଇଜର ପ୍ରଦାନ କରିଛନ୍ତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଓ ସମାଜସେବୀ ମାନସ କୁମାର ସାହୁ ପ୍ରମୁଖ । ଶ୍ରୀ ମୁଦୁଲିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେମାନେ । ତାଙ୍କୁ ତୁରନ୍ତ କରୋନା ଟୀକା ପ୍ରଦାନ କରାଯିବାକୁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଶ୍ରୀ ଦାଶ ଓ ସମାଜସେବୀ ଶ୍ରୀ ସାହୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.