କେନ୍ଦ୍ରାପଡ଼ା, ୧୭/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତ୍ରିବିକ୍ରମ ପତି(୮୬)ଙ୍କର ବିୟୋଗ ହୋଇଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ଥିଲେ । ସେ ଜଣେ ପରୋପକାରୀ, ସମାଜସେବୀ,ବନ୍ଧୁବସôଳ ଓ ବିଶିଷ୍ଟ ପୁରୋଧା ଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଅଳର ବହୁ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣି ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ କୋଭିଡ ନିୟମ ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର