Thursday , September 28 2023
Home / ବିଶେଷ / ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ପରିଚାଳନା ପ୍ଳାଂଟରେ ଅଗ୍ନିକାଣ୍ଡ

ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ପରିଚାଳନା ପ୍ଳାଂଟରେ ଅଗ୍ନିକାଣ୍ଡ

ପାରାଦ୍ୱୀପ ୧୭/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ଏକ ନମ୍ବର ଫାଟକ ନିକଟସ୍ଥ ନିଷିଦ୍ଧାଂଚଳ ମଧ୍ୟରେ ଥିବା ଯାନ୍ତ୍ରିକ କୋଇଲା ପରିଚାଳାନା ପ୍ଳାଂଟ (ଏମ୍ସିଏଚପି) ରେ ଶନିବାର ରାତି ପ୍ରାୟ ୭ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ କେହି ମୃତାହତ କିମ୍ବା କ୍ଷତିଗ୍ରସ୍ତ ହୋଇନଥିବା ବେଳେ ପ୍ଳାଂଟରେ ବହୁ କ୍ଷତି ହୋଇଥିବା ଜଣା ପଡିଛି । ସୂଚନା ଥାଉକି ଏହି ପ୍ଳାଂଟ ମାଧ୍ୟମରେ ଖୁବ କମ ସମୟ ମଧ୍ୟରେ ଟ୍ରେନ ୱାଗନରୁ କୋଇଲା ଖଲାସ ଓ ବୋଝେଇ କାର୍ଯ୍ୟ କନଭେୟର ବେଲ୍ଟ ଦ୍ୱାରା କରାଯାଇଥାଏ । ଏହି ଅଗ୍ନିକାଣ୍ଡ ଫଳରେ ବେଲ୍ଟଲାଇନ୍ ଓ ଷ୍ଟକର ରେ ନିଅାଁଲାଗି ନଷ୍ଟ ହୋଇଥିବା ଜଣାଯାଏ । ତେବେ ଅଗ୍ନିକାଣ୍ଡ ଘଟଣାର ଖବର ପାଇ ବନ୍ଦର ସିଆଇଏସଏଫ୍ ଅଗ୍ନିଶମ ବିଭାଗ ର ତିନୋଟି ଦମକଳ ଗାଡି ଘଟଣା ସ୍ଥଳରେ ତୁରନ୍ତ ପହଂଚି ଦୀର୍ଘ ପରିଶ୍ରମ ପରେ ଏକ ଘଂଟାରୁ ଉଦ୍ଧ୍ୱର୍ ସମୟ ମଧ୍ୟରେ ନିଅାଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏହା ୱେଲ୍ଡିଂ କାର୍ଯ୍ୟ ସମୟରେ କିମ୍ବା ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଏ । ତେବେ ଏନେଇ ବନ୍ଦର ପ୍ରଶାସନ ଘଟଣାର ତଦନ୍ତ ଜାରୀ ରଖିଛି । ଏହି ଦୁର୍ଘଟଣା ପରେ ଏମସିଏଚପି ରେ କୋଇଲା ପରିଚାଳାନା କାର୍ଯ୍ୟ ବ୍ୟାଘାତ ହୋଇଛି । ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୁଦ୍ଧକାଳୀନ ଭିତିିରେ ମରାମତି କାର୍ଯ୍ୟ ଚାଲୁଥିବା ଜଣାଯାଏ । ସୂଚନାଥାଉକି ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦର ସର୍ବଭାରତୀୟ ବୃହତ ବନ୍ଦର ମଧ୍ୟରେ ଏକ ନମ୍ବର ସ୍ଥାନକୁ ଅଗ୍ରସର ହେଉଛି । ବିଭିନ୍ନ ଦୈବୀପୂର୍ବିପାକ, ବାତ୍ୟା ଓ ସଂପ୍ରତି କରୋନା ମହାମାରୀ ପ୍ରତୀକୂଳ ପରିସ୍ଥିତି ସତ୍ୱେ ପାରାଦ୍ୱୀପ ବନ୍ଦର ଗତ ଆର୍ଥିକ ବର୍ଷରେ ୧୧୪.୫ ଏମଏମ୍ ଟି ପଣ୍ୟ କାରବାର କରି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *