ପାରାଦ୍ୱୀପ ୧୭/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ର ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର ଜିଲ୍ଲା, ପୋଲିସ, ପାରାଦ୍ୱୀପ ଓ ପୌର ପ୍ରଶାସନ ର ଉଦ୍ୟମ ଯୋଗୁଁ ଜିଲ୍ଲା ତଥା ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିବାରେ ସଫଳ ହୋଇନଥିଲା ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସିମୀତ ଥିଲା । କିନ୍ତୁ ଏହି ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାରେ ଜିଲ୍ଲା ପ୍ରଶାସନର ଉଦ୍ୟମ ସତ୍ୱେ ପାରାଦ୍ୱୀପ ସମେତ ସମଗ୍ର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ଯାହାକି ପ୍ରଶାସନର ଚିନ୍ତାର କାରଣ ହୋଇଛି । ସରକାରଙ୍କ ନୀତି ନିୟମ ଅନୁସାରେ ପ୍ରଶାସନ ସପ୍ତାହନ୍ତ ଲକ୍ ଡାଉନ୍, ସାମାଜିକ ଦ୍ୱରତ୍ୱ ପାଇଁ ବ୍ୟବସ୍ଥା ଗ୍ରହଣ ଓ ଅନ୍ୟାନ୍ୟ କୋଭିଭ୍-୧୯ ନିୟମ ପାଳନ ନିମି ସାଧାରଣରେ ସଚେତନ କରୁଥିଲେ ମଧ୍ୟ ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର ମୁଖ୍ୟ କାରଣ ମଧ୍ୟରେ ପାରାଦ୍ୱୀପ ରେ ବିଭିନ୍ନ ଶିଳ୍ପ କାରଖାନା ମାନେ ପ୍ରଶାସନର ଏହି କୋଭିଡ୍-୧୯ ନିୟମ ପାଳନ କରୁନଥିବା ଅଭିଯୋଗ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀ ଏବଂ ପାରାଦ୍ୱୀପ ବନ୍ଦର ର ବିଭିନ୍ନ ପ୍ରକଳ୍ପ ରେ କାର୍ଯ୍ୟ କରୁଥିବା ଏଲ୍ ଆଣ୍ଡ ଟି , ଜେଏସଡବ୍ଳୁ୍ୟ, ପିଆଇସିଟି, ଚେନାଇରାଧା ଇତ୍ୟାଦି କମ୍ପାନୀ ମାନେ କୋଭିଡ୍ ନିୟମ ପାଳନ କରୁନଥିବା ଅଭିଯୋଗ ହେଉଛି ।
ଏଠାରେ କାର୍ଯ୍ୟ କରୁଥିବା ଅଧିକାଂଶ ବାହାର ରାଜ୍ୟ ଓ ଜିଲ୍ଲାର ଶ୍ରମିକ ଓ କର୍ମଚାରୀ ମାନେ କାର୍ଯ୍ୟ ସମୟରେ ସାମାଜିକ ଦ୍ୱରତ୍ୱ ଅବଲମ୍ବନ ନ କରିବା, କାର୍ଯ୍ୟ କ୍ଷେତ୍ରକୁ ଯିବା ଆସିବା ସମୟରେ ପିକଅପ୍ ଭ୍ୟାନ୍ ରେ ଖୁନ୍ଦି ହୋଇ ଯିବା ଆସିବା କରିବା ଇତ୍ୟାଦି । ତେବେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏହି ସବୁ ଶ୍ରମିକ ଓ କର୍ମଚାରୀ ମାନଙ୍କୁ କମ୍ପାନୀ ମାନେ ସଂଗରୋଧରେ ନ ରଖିବା ଦ୍ୱାରା ଏମାନେ ସାଧାରଣରେ ମାର୍କେଟ ଅଂଚଳରେ ବୁଲାବୁଲି କରିବା ଦ୍ୱାରା ପାରାଦ୍ୱୀପରେ ସଂକ୍ରମଣ ବୃଦ୍ଧି ପାଉଥିବା ଅନୁମାନ କରାଯାଏ । ଅନ୍ୟପକ୍ଷରେ ପାରାଦ୍ୱୀପର ଦୁଇଟି ଟୀକା ଗ୍ରହଣ କେନ୍ଦ୍ର, ପରିବା ଓ ମାଛ ମାର୍କେଟରେ ସାମାଜିକ ଦ୍ୱରତ୍ୱ ପାଳନ ହେଉନଥିବା ଦେଖାଯାଉଛି ଏବଂ ସର୍ବସାଧାରଣ ସ୍ଥାନ ଗୁଡିକ ନିୟମିତ ସାନିଟାଇଜ୍ ନହେବା ଏହା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ କଡା ଅଭିମୁଖ୍ୟ ଗ୍ରହଣ କରିବାକୁ ଏବଂ ଗହଳି ସ୍ଥାନରେ କଡା ପୋଲିସ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ପାରାଦ୍ୱୀପର ଶିଳ୍ପ ସଂସ୍ଥାରେ ସାମାଜିକ ଦ୍ୱରତ୍ୱ ଓ କୋଭିଡ୍ ନିୟମ ଉଲ୍ଲଘନ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି