କଟକ ସଦର,୧୭/୦୫/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ସଦର ନିର୍ବାଚନ ମଣ୍ଡଳୀ ର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ,କନ୍ଦରପୁର,ଅରଡ଼ କଟକ ମହାନଗର ନିଗମ ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ବମ୍ଫକୁଦ ଓ ସୁଭଦ୍ରାପୁର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସାନ୍ତପୁର ଓ ଉତ୍ତରକୂଳ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ୨ ସପ୍ତାହ ରୁ ଉର୍ଦ୍ଧ୍ବହେବ ଟୀକାକରଣ ରେ ତାଲାପଡିଛି।ଫଳରେ ହଜାର ହଜାର ସଂଖ୍ୟାର ଲୋକେ ଯେଉଁମାନେ ଟୀକା ୧ମ ଡୋଜ ନେଇ ୨ଡୋଜ ନେବା ଅପେକ୍ଷା ରେ ଅଛନ୍ତି।୨ୟ ଡୋଜ ନେବା ସମୟ ହୋଇଯାଇଥିବାରୁ ନିଶ୍ଚିନ୍ତକୋଇଲି,ସାଲେପୁର,ବେଣ୍ଟକାର,ରଘୁନାଥପୁର,ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରଗୁଡିକୁ ବାରମ୍ବାର ଯାଇଫେରୁଛନ୍ତି।ସକାଳୁ ଟୀକା ସରିଯିବା କାରଣରୁ ବରିଷ୍ଠ ନାଗରିକ ମାନେ ହତାଶ ହୋଇଫେରୁଛନ୍ତି ବୋଲି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନମଣ୍ଡଳୀ ମଧ୍ୟରେ ଏକ ମାତ୍ର ବେଣ୍ଟକାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଟେଷ୍ଟିଙ୍ଗ ସୁବିଧା ରହିଥିବା ବେଳେ ତାହା ପର୍ଯ୍ୟାପ୍ତ ନୁହେଁ ତେଣୁ କିଶୋରନଗର,ସାନ୍ତପୁର,ତେଲେଙ୍ଗା ପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଙ୍ଗ ବ୍ୟବସ୍ଥା ସହିତ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଟୀକା କରଣ ବ୍ୟବସ୍ଥା ଉପଲବ୍ଧ କରିବାକୁ ଦାବିକରିଛନ୍ତି କଟକ ସଦର ଭାଜପାନେତା ଦିଲ୍ଲୀପ ମଲ୍ଲିକ। ଗ୍ରାମାଞ୍ଚଳ ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ପ୍ରତିଜିଲ୍ଲା ପରିଷଦ ଯୋନରେ ଅନ୍ୟୁନ ୧ଟି ସଂଘ ରୋଧ କେନ୍ଦ୍ରବ୍ୟବସ୍ଥା ଗ୍ରହଣ କରାଯିବାକୁ ଶ୍ରୀ ମଲ୍ଲିକ ଦାବିକରିଛନ୍ତି। ଓଡିଶା ସମାଚାର