Monday , March 27 2023
Breaking News
Home / ବିଶେଷ / ସ୍ବର୍ଗଦ୍ବାର ସେବା ସଂଗଠନର ଦ୍ବିତୀୟ ଶବ ସତ୍କାର

ସ୍ବର୍ଗଦ୍ବାର ସେବା ସଂଗଠନର ଦ୍ବିତୀୟ ଶବ ସତ୍କାର

କଳାହାଣ୍ଡି ୧୫/୦୫/୨୦୨୧ (ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ )-ଆଜି ସ୍ବର୍ଗଦ୍ବାର ସେବା ସଂଗଠନର ପୁନଃ ଏକ କରୋନା ସଂକ୍ରମିତ ଶବର ସତ୍କାର କରିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ପଞ୍ଚାୟତ ର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସ୍ବର୍ଗଦ୍ବାର ସଂଗଠନକୁ ସୂଚନା ଦେଇଥିଲେ । ଉକ୍ତ ଶବ ସତ୍କାର ପାଇଁ କେହି ସହଯୋଗ କରୁନଥିବା ବିଡ଼ିଓ ଶ୍ରୀଯୁକ୍ତ ଓଦୁ ପ୍ରକାଶ କରିଥିଲେ । ତେବେ ସଂଗଠନର ମୂଖ୍ୟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଓ  ସ୍ଵର୍ଗଦ୍ଵାର ସେବାସଂଗଠନର ସଦସ୍ୟ,ସଜନ୍ କୁମାର ଅଗ୍ରୱାଲ, ମନୋଜ କୁମାର ଷଡଙ୍ଗୀ, ମିତ୍ରସେନ ଭୋଇ, ସରୋଜ ସାହୁ, ମ ରାମପୁର ବ୍ଲକ ର ମୁଣିଙ୍ଗ୍ ଜି, ପି, ସରପଞ୍ଚ ଟଙ୍କଧର ନାୟକ, ସଞ୍ଜୀବ ନାୟକ ଏବଂ  ହେମନ୍ତ କୁମାର ପ୍ରଶାସନଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ । ଏହାକୂ।ନେଇ ବିଡିଓ ଶ୍ରୀଯୁକ୍ତ ଓଦୁ ସଂଗଠନର ଉଚ୍ଚ ପ୍ରଶ୍ଂସା କରିବା ସହ ବିପତ୍ତି ବେଳାରେ ସ୍ବର୍ଗଦ୍ବାର ସେବା ସଂଗଠନ ତାର ମାନବିକତା ପ୍ରଦର୍ଶନ କରିଛି ବୋଲି ମତ ପ୍ରକାଶ କରିଥିଲେ । ପ୍ରଶାସନ ତରଫରୁ ବିଡିଓ ଶ୍ରୀଯୁକ୍ତ ଓଦୁ,ଅତିରିକ୍ତ ତହସିଲଦାର କେସିଙ୍ଗା ଶ୍ରୀଯୁକ୍ତ ରୁଦ୍ରମୋହନ ନାୟକ,ସଦର ପୁଲିସ ର ଉପସ୍ଥିତିରେ ପ୍ରଶାସନ ପ୍ରଦତ୍ତ ପିପିଇ କିଟ୍ ପରିଧାନ କରି ସଂଗଠନର ସଦସ୍ୟ ମାନେ ଅତ୍ୟନ୍ତ ସୁରକ୍ଷିତ ଭାବରେ ଶବ ସତ୍କାର କରିଥିଲେ । ଏହାକୁ ନେଇ ସଂପୃକ୍ତ ମୃତକ ପରିବାର ସଂଗଠନ ପ୍ରତି ଅଶେଷ କୃତଜ୍ଞତା ଜଣାଇଛନ୍ତି ।ଓଡିଶା ସମାଚାର

Leave a Reply

Your email address will not be published.