କଳାହାଣ୍ଡି, ୧୬/୦୫/୨୦୨୧(ଓଡ଼ିଶା ସମାଚାର/ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲାର ଜଣେ ପ୍ରତିଭାବାନ ବ୍ୟକ୍ତି, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ପ୍ରୀତମ ଆଗ୍ରୱାଲ (ବଣ୍ଟି)ଙ୍କର କରୋନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ଉତ୍ତମ ସ୍ୱଭାବର ମଣିଷ ଭାବେ ସେ ଜୁନାଗଡ ସମେତ ଜିଲ୍ଲାରେ ପରିଚିତ ଥିଲେ। ତାଙ୍କ ଆବର୍ତ୍ତମାନରେ ଜୁନାଗଡ଼ ସହରରେ ଶୋକର ଛାୟା ଖେଲିଯାଇଛି। ପ୍ରିତମଙ୍କ ବିୟୋଗରେ ଶକ୍ତି ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ଜୁନାଗଡ଼ ଓ ଜିଲ୍ଲାର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଓଡ଼ିଶା ସମାଚାର
Check Also
ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୪ତମ ଜୟନ୍ତୀ ସମାରୋହ
ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତା ଥିଲା ଭାଗବତବାବୁଙ୍କ ଶ୍ରେୟ – ବିଜୟ ପଟ୍ଟନାୟକ କେନ୍ଦ୍ରାପଡ଼ା, ୦୭/୦୭/୨୦୨୨(ଓଡ଼ିଶା ସମାଚାର)- ଜନତାଙ୍କ ସେବା …