ନିଶ୍ଚିନ୍ତକୋଇଲି/ ସାଲେପୁର, ୧୬/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ମହିଳାଙ୍କୁ ନିଆଁ ରେ ପୋଡି ହତ୍ୟା ଅଭିଯୋଗ । କିରାସିନି ଢାଳି ନିଆଁ ଲଗାଇ ମହିଳା ଙ୍କୁ ମାରିଲେ ଶାଶୂଘର ଲୋକେ। ବାପଘର ଲୋକେ ଥାନାରେ କଲେ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନିପୁର ପଂଚାୟତ ବସୁପଦା ଗ୍ରାମର ରାସନ ବିବିଙ୍କ ଝିଅ ନୁର ଜାହାଁ । ନୁର ଜାହାଁ ଫଗୋଳ ଗ୍ରାମର ସେକ ଅବଦୁଲ ହୁସେନଙ୍କ ପୁଅ ସେକ ଫିରୋଜଙ୍କୁ ୩ବର୍ଷ ତଳେ ବିବାହ କରିଥିଲେ। ନୁର ଙ୍କର ଦେଢ଼ ବର୍ଷର ଏକ ପୁତ୍ର ଅଛି। ଆଗରୁ ବହୁବାର ପାରିବାରିକ କଳହ ଲାଗିରହିଥାଏ। ପାରିବାରିକ କଳହରୁ ତାଙ୍କୁ ଶାଶୁଘର ଲୋକେ କିରାସିନି ଢାଳି ମାରିଥିବା ନେଇ ଝିଅର ବାପଘର ଲୋକେ
ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ପୋଲିସ ଏହି ଘଟଣା ରେ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁ କୁ ଅଟକ ରଖି ତଦନ୍ତ ଚଳାଇଛି । ଓଡିଶା ସମାଚାର