ସାଲେପୁର,୧୬/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲାର ସାଲେପୁର ବ୍ଲକର ବାରିଗୋଳ ପଞ୍ଚାୟତ ସୁନାଖଣ୍ଡି ଗ୍ରାମର ବିନୋଦ ପ୍ରଧାନ ଙ୍କୁ ୧୨ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲାର ଓଉଖଣ୍ଡ ଡେରାବିଶ ଥାନା ର ହରମୋହନ ବେଦାନ୍ତ ଙ୍କ ଝିଅ ରତ୍ନ ମଞ୍ଜରୀ ଙ୍କୁ ବିବାହ କରିଥିଲେ।ରତ୍ନ ମଞ୍ଜରୀ ଙ୍କ ମୃତ୍ୟୁ କୁ ନେଇ ବାପଘର ପକ୍ଷରୁ ଦାଦା କଳ୍ପତରୁ ବେଦାନ୍ତ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ଶାଶୁଘରଲୋକେ ମାରିଦେଇଥିବା ଅଭିଯୋଗ କରିଛନ୍ତି। ମୃତ ରତ୍ନ ମଞ୍ଜରୀ ଙ୍କ ର ଦୁଇଟି ପୁଅ ଥିବା ଜଣାପଡିଛି।ବଡ଼ପୁଅ ବୟସ ୧୧ ହୋଇଥିବା ବେଳେ ସାନପୁଅ ବୟସ ୫ବର୍ଷ ।ଏନେଇ ମୃତ ରତ୍ନମଞ୍ଜରୀ ଙ୍କ ବାପଘର ଲୋକେ ସାଲେପୁର ଥାନାରେ ଲିଖିତ
ଅଭିଯୋଗ କରିଛନ୍ତି।ବର୍ତ୍ତମାନ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଚିଲିଥିବା ଜଣାପଡିଛି।ମୃତଦେହ କୁ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି। ଓଡିଶା ସମାଚାର