Wednesday , December 8 2021
Home / କୃଷି / ଧନ୍ୟ ସେ ମାଟି – ଯେଉଁଠି ପୂଜାପାଆନ୍ତି କୃଷକ ଦେବତା

ଧନ୍ୟ ସେ ମାଟି – ଯେଉଁଠି ପୂଜାପାଆନ୍ତି କୃଷକ ଦେବତା

ସାଲେପୁର:୧୫/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ର ମଣିଜୋରି ର ଗୋକନ ଗାଁ ରେ ଗ୍ରାମବାସୀ ଙ୍କ ପ୍ରଚେଷ୍ଟା ରେ  ପ୍ରତିଷ୍ଠା କରାଯାଇଛି ଏକ  କୃଷକ ଦେବତା ଙ୍କ ମନ୍ଦିର। ଏହି ମନ୍ଦିରରେ କୃଷକ ଙ୍କୁ ଦେବତା ର ଆଖ୍ୟାଦେଇ  ପୂଜାର୍ଚ୍ଚନା କରିଥାନ୍ତି।ଏହା ଗ୍ରାମବାସୀ ଙ୍କ ର ଏକ ନିଆରା ପ୍ରୟାସ।ଏଠାରେ ଦେବତା ଙ୍କ ମିନ୍ଦିର ଭଳି  ଏହି କୃଷକ ମିନ୍ଦିର ର ରେ ମଧ୍ୟ ପୂଜା ଅର୍ଚ୍ଚନା କରାଯାଇ ଥାଏ।

ଶନିବାର ପବିତ୍ର  ଅକ୍ଷୟ ତୃତୀୟା ରେ ଚାଷୀମାନେ ପ୍ରଥମେ କୃଷକ ମିନ୍ଦିର ରେ ପୂଜାର୍ଚ୍ଚନା କରି ବିଲରେ ଆଖିମୁଠି ଅନୁକୂଳକରି ଥିଏ। ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକ୍ ଲଗାଇବା ପାଇଁ ଲକ ଡ଼ାଉନ୍ ଘୋଷଣା କରାଯାଇଥିବାରୁ ଏଠାରେ  କୋଭିଡ କଟକଣା ମଧ୍ୟରେ ହୋମ ଓ ପୂଜାର୍ଚ୍ଚନା ସହିତ ଭଜନ କୀର୍ତନ ହୋଇଥିବା ଦେଖିବାକୁମିଳିଛି।ଅମରାଜ୍ୟ ରେ ଲୋକମାନ ଙ୍କ ପାଇଁ ଦାନାପାଣି ଯୋଗାଉଥିବା କୃଷକ ଙ୍କୁ ଦେବତା ର ମାନ୍ୟତା ପ୍ରଦାନ କରିବା ଏକ ବିରଳ ଦୃଷ୍ଟାନ୍ତ।ଯାହାକି ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିକୁ  ଗୌରବାନ୍ବିତ କରିଥାଏ।ଏଭଳି ପ୍ରୟାସ କୃଷି ଓ କୃଷକ ଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ। ଓଡିଶା ସମାଚାର

About admin

Check Also

ଜୱାଦ ପ୍ରଭାବରେ ଡେରାବିଶ ବ୍ଲକର ଚାଷୀକୂଳ ହତାସ

କେନ୍ଦ୍ରାପଡ଼ା,୦୭/୧୨/୨୦୨୧(ଓଡ଼ିଶା ସମାଚାର)-ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଓ ମନୋବଳକୁ ବାତ୍ୟା ଜୱାଦ ଭାଙ୍ଗି ଚୁରମାର କରିଦେଇଛି । ବିଗତ ଦୁଇଦିନ ଧରି …

Leave a Reply

Your email address will not be published. Required fields are marked *