Sunday , March 26 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ୧୧୧୫ କରୋନା ଆକ୍ଟିଭ କେଶ

କେନ୍ଦ୍ରାପଡା ଜିଲ୍ଲାରେ ୧୧୧୫ କରୋନା ଆକ୍ଟିଭ କେଶ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ରବିିବାର୧୩୯ ଜଣ କରୋନା ପଜିଟିଭ ବାହାରିଥିବା ବେଳେ ଜିଲ୍ଲାରେ ମୋଟ ୧୧୧୫ଟି କରୋନା ଆକ୍ଟିିଭ କେଶ ରହିଛି । ସେଥି ମଧ୍ୟରୁ ଗୃହ ସଂଗରୋଧରେ କରୋନା ଆକ୍ଟିଭ ୯୬୧ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୫୮ କରୋନା ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୪୭ଜଣ ଅଛନ୍ତି । ଡେରାବିଶି ବ୍ଲକରେ ୧୪୨ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୧୨୧, ଗରଦପୁର ବ୍ଲକରେ ୯୧ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୮୧, କେନ୍ଦ୍ରାପଡା ବ୍ଲକରେ ୨୧୭ ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୧୭୫, ମହାକାଳପଡା ବ୍ଲକରେ ୧୧୮ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ୯୮, ମାର୍ଶାଘାଇ ବ୍ଲକରେ ୧୨୪ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୧୧୩ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୨୪ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ୧୦୭, ରାଜକନିକା ବ୍ଲକରେ ୭୭ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୭୧, ରାଜନଗର ବ୍ଲକରେ ୧୨୧ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୧୧୨ ଏବଂ କେନ୍ଦ୍ରାପଡା ପୌରାଂଚଳରେ ୩୭ଟି କରୋନା ଆକ୍ଟିିଭ କେଶ ରହିଥିବା ବେଳେ ଗୃହ ସଂଗରୋଧରେ ୩୧ ଜଣ ରହିଥିବା ସୂଚନା ମିଳିଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେବି କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ ଜିଲ୍ଲାରେ ଆଜି ସୁଦ୍ଧା ୩ଟି ବ୍ଲକରେ ୪ଟି କଂଟେନମେଂଟ ଜୋନ କରାଯାଇଥିବା ଜିଲ୍ଲା ସୂଚନା ଓଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଗୁଡିକ ହେଉଛି ରାଜକନିକା ବ୍ଲକର ଜାଗୁଳେଇପଡା ପଂଚାୟତର ମାଟିଆ ଗ୍ରାମର ୨୨ ଓ ୨୩ ନମ୍ବର ୱାର୍ଡକୁ ୧୧.୦୫.୨୦୨୧ରୁ ୧୮.୦୫.୨୦୨୧ ପର୍ଯ୍ୟନ୍ତ ,ମହାକାଳପଡା ବ୍ଲକର ମହାକାଳପଡା ପଂଚାୟତର ଜଳକଣା ଗ୍ରାମର ୮ନମ୍ବର ୱାର୍ଡକୁ ୯.୫.୨୧ରୁ ୧୬.୫.୨୧ ପର୍ଯ୍ୟନ୍ତ ଓ କେନ୍ଦ୍ରାପଡା ବ୍ଲକର ବଗଡା ପଂଚାୟତର ବଗଡା ଗ୍ରାମର ୨୧ ନମ୍ବର ୱାର୍ଡକୁ୧୦.୫.୨୧ରୁ ୧୭.୫.୨୧ ପର୍ଯ୍ୟନ୍ତ ଏବଂ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଗ୍ରାମର ୨,୪,୫ ଓ ୨୧ ନମ୍ବର ୱାର୍ଡର ଆଂଶିକ ଅଂଚଳକୁ ୧୨.୫.୨୧ରୁ ୧୯.୫.୨୧ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.