ବିପୁଳ ପରିମାଣର ଦେଶି ରନ୍ଧା ମଦ ଜବତ
କଳାହାଣ୍ଡି , ୧୬/୦୫/୨୦୨୧ (ଓଡିଶା ସମାଚାର /ସଂଜୟ କୁମାର ସିଂହ )-କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କୁଲେରଗୁଡା ଓ ଖୁରସେଲଗୁଡା ଗ୍ରାମ ନିକଟରେ ଥିବା ନାଳ ଉପରେ ବେଆଇନ ଦେଶୀ ହାତ ରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ଏହି ସମୟରେ ସେଠାରେ ଖାନତଳାସୀ ପରେ ୮୦ କେଜି ମହୁଲ ପୋଚ,୨ଶହ ଲିଟର ହାତରନ୍ଧା ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିଲା।ପରେ ଘଟଣା ସ୍ଥଳରେ ଜବତ ସାମଗ୍ରୀ ଗୁଡିକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା।
ସେହିପରି କୁଲେରଗୁଡା ଗ୍ରାମର ସନ୍ତୋଷ ନାଏକଙ୍କ ଠାରୁ ୨୦ ଲିଟର ରନ୍ଧା ମଦ ଜବତ କରାଯାଇଥିଲା। କଳାହାଣ୍ଡି ଜିଲା ଅବକାରୀ ଅଧୀକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ହୋଇଥିବା ଏହି ଚଢ଼ାଉରେ ଜିଲା ଭ୍ରାମ୍ୟମାଣ ଗୋଷ୍ଠୀ ନିରୀକ୍ଷକ ସୁଶାନ୍ତ କୁମାର ପ୍ରଧାନ ଉପ ନିରୀକ୍ଷକ ଦିଲ୍ଲୀପ କୁମାର ରଥ,ସହ ଉପ ନିରୀକ୍ଷକ ଛବିଲାଲ ତାଣ୍ଡି ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ଥିଲେ। ଓଡିଶା ସମାଚାର